ବାଲିପଡ଼ାରୁ ନକଲି ସାମ୍ବାଦିକ, ସହଯୋଗୀ ସହ ୪ ଗିରଫ

0
294

କୁକୁଡ଼ାଖଣ୍ଡି(ଓବି ନ୍ୟୁଜ)(ହିମାଂଶୁ ପାଢି): : ସଦରଥାନା ଅଂଚଳରେ ଜଣେ ନକଲି ସାମ୍ବାଦିକ ସହ ୩ ସହଯୋଗୀଙ୍କୁ ଅଂଚଳବାସୀ ଧରି ପୁଲିସକୁ ଦେଲେ । ସେମାନେ ନିଜକୁ ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ଆଜି ସକାଳେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ସ୍ଥିତ ଶିଶୁ ମନ୍ଦିରକୁ ଯାଇ ପିଲାମାନେ ଆସୁଥିବା ଅଟୋକୁ ଫଟୋ ଉଠାଇ ଶିଶୁ ମନ୍ଦିରରେ ଥିବା ଶିକ୍ଷୟତ୍ରୀମାନଙ୍କୁ ଭୟଭୀତ କରାଇଥିଲେ । ସେମାନଙ୍କ ନିକଟରୁ ଟିଭି ଚ୍ୟାନେଲର ବୁମ, ଆଇକାର୍ଡ଼ ଓ କ୍ୟାମେରା, ଏକ ଇଣ୍ଡିଗୋ କାରକୁ ଜବତ କରିଛି ପୁଲିସ । ଗିରଫ ମାନଙ୍କ ମଧ୍ୟରେ ନକଲି ସାମ୍ବାଦିକ ସମେତ ସହଯୋଗୀ କ୍ୟାମେରାମ୍ୟାନ୍, ଅନ୍ୟ ଜଣେ ସହଯୋଗି, ଗାଡ଼ି ଡ଼୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here