ସାନଖେମୁଣ୍ଡି ବିଧାୟକ ହାଜର ହେଲେ କୋର୍ଟରେ

0
170

ବ୍ରହ୍ମପୁର (ଓବି ନ୍ୟୁଜ) ଏକ ଦୁଷ୍କର୍ମ ମାମଲାର ବିଚାରଣା ପାଇଁ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । ୮.୪.୨୦୧୬ ମସିହାରେ ଟାଉନ ଥାନାରେ ଦାୟର ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାରଣା ପାଇଁ ତୃତୀୟ ଏଡେିଜେ କୋର୍ଟରେ ହାଜର ହୋଇଥିଲେ ଶ୍ରୀ ଜେନା । ଏହି ଅବସରରେ ଦୁଇ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।
ସେହିପରି ଅନ୍ୟ ଦୁଇ ମାମଲା ପାଇଁ ମଧ୍ୟ ଜେନା ଆଜି କୋର୍ଟକୁ ଆସିଥିଲେ । ଦ୍ୱିତୀୟ ଥର ପାଇଁ ବିଧାୟକ ହେବା ପରେ ବ୍ରହ୍ମପୁର କୋର୍ଟକୁ ବିଚାରଣା ପାଇଁ ଆସିବା ଏହା ଥିଲା ତାଙ୍କର ପ୍ରଥମ ଘଟଣା ।

LEAVE A REPLY

Please enter your comment!
Please enter your name here