ପଲିଥିନ ବର୍ଜନ ଓ ବୃକ୍ଷରୋପଣ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

0
35

ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା) : ଗଞ୍ଜାମ ୧ ଓ ୮ ପଲିଥିନ ବର୍ଜନ ଓ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ନିମନ୍ତେ ଯତ୍ନବାନ ହେବାକୁ ଗଞ୍ଜାମ ସହର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର
ରେ ପହଁଚି ଛାତ୍ର,ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତତ ସହିତ
ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ। ଜିଲ୍ଲାପାଳ ସ୍କୁଲ ପରିସର ରେ ପହଂଚିବା କ୍ଷଣି ବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ଙ୍କୁ
ସ୍ୱାଗତ ସମର୍ଦ୍ଧନା ଜ୍ଞାପଣ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପତିତ ପବନ ତ୍ରିପାଠୀ,ଉପଦେଷ୍ଟା ରମେଶ ଚନ୍ଦ୍ର ପଟନାୟକ,ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ,ଜୁଶିସ୍ତିର ରେଡି, ଗିରିଷ ଆଚାର‌୍ୟ୍ୟ,ରବୀନ୍ଦ୍ର ମହାନ୍ତି ପ୍ରମୁଖ ଙ୍କ ସମେତ ଗୁରୁଜୀ ଗୁରୁମା,ଛାତ୍ର,ଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here