ପୁଲିସର ଚଢାଉ: ଟଙ୍କା ଓ ହନୁମାନ ମୁଦ୍ରା ଜବତ

0
221

ବ୍ରହ୍ମପୁର(ଓବି ନ୍ୟୁଜ): ଅପରାଧିଙ୍କୁ ସାବଡ଼ କରିବା ପାଇଁ ସବୁଠି ଚାଲିଛି ପୁଲିସର ଚଢଉ । ଗତକାଲି ଏକ ଫାଇନାନ୍ସ କମ୍ପାନୀ ଭିତରେ ତିନି ଜଣ ଦୁର୍ବୃତ ପଶି ଲୁଟ୍ ଉଦ୍ୟମ ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଆଉ ତାକୁ ଦୃଷ୍ଟିରେ ରଖି ପୁଲିସ ସହରର ବିଭିନ୍ନ ଛକ ଓ ପ୍ରବେଶ ପଥରେ ରହି ଯାନବାହନ ଯାଂଚ କରିବା ସହ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଜେରା କରୁଛି । ଗୋପାଳପୁର, ଗୋଷାଣିନୂଆଗାଁ, ବିଏନପୁର, ଟାଉନଥାନା ଆଦିର ଥାନା ଅଧିକାରୀ ଓ ସଶସ୍ତ୍ର ପୁଲିସ ଏହି ଚଢଉରେ ସାମିଲ୍ ହୋଇଛନ୍ତି ।
ପୁଲିସ ଦୁଇଟି ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ କରିଥିବା ବେଳେ ଏକ ଗାଡ଼ିରୁ ହନୁମାନ ଖଚିତ ମୁଦ୍ରା ଜବତ ମଧ୍ୟ କରିଛି । ତେବେ ଏସବୁ ସଂପର୍କରେ ଯାଂଚ ଚାଲିଥିବାରୁ ଏହି ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here