କୋଦଳା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସଚେତନତା କାର୍ଯ୍ୟକ୍ରମ

0
22

ବେଗୁନିଆପଡା(ଓବି ନ୍ୟୁଜ) କୋଦଳା ଥାନା ପରିସରରେ ଆମ ପୋଲିସ ସମିତି ଆନୁକୂଲ୍ୟରେ କୋଦଳା ଅଂଚଳର ବରିଷ୍ଠ ନାଗରିକଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ଅଧକ୍ଷତlରେ ଅନୁଷ୍ଠିତ ଏହି ବୈଠକରେ ସମାଜରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପାଇଁ ବୟସ୍କ ବ୍ୟକ୍ତିଙ୍କ ଆବଶ୍ୟକତା ଥିବା ବେଳେ ପରିବାରରେ ସଦସ୍ୟଙ୍କ ସହ ସୌହାର୍ଧ୍ୟାପୂର୍ଣ୍ଣ ବାତାବରଣ ରଖିଲେ ପରବାର ଖୁସିରେ ରହିବ ବୋଲି ସେ ମତାମତ ଦେଇଥିଲେ l ଏହା ସହିତ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, କୋଦଳା ଥାନା ଏସ. ଆଇ ଅନିଲ କୁମାରଙ୍କ ସହ ସମସ୍ତ ସଦସ୍ୟ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here