ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

0
53

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ି. ସନ୍ତୋଷ ପ୍ରଧାନଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା, ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା, ଅଫିସରେ ବିଶୃଙ୍ଖଳା କରୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ନିଲମ୍ବନ ସମୟ ସରିବା ପର୍ଯ୍ୟନ୍ତ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଆସୁଥିବେ । ରୁଲ୍ ଅଫ୍ ଓଡ଼ିଶା ସର୍ଭିସ୍ କୋର୍ଡ ୧୯୬୨ ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଚିଠି ନମ୍ବର ୭୦୨/ ୩୧.୭.୨୦୧୯ ଏକ ଚିଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କବିସୂର୍ଯ୍ୟନଗର ବିଡ଼ିଓଙ୍କ କାର୍ଯ୍ୟାଳୟକୁ ପଠାଯାଇଛ ।

LEAVE A REPLY

Please enter your comment!
Please enter your name here