ଇଂ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଉଦଘାଟିତ

0
106

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ପରିସରରେ ଆଜି ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହାକୁ ଓଡ଼ିଶାର ନିବନ୍ଧନ ମହାନିରୀକ୍ଷକ ପ୍ରଶାନ୍ତ କୁମାର ସେନାପତି ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଇଂ-ଷ୍ଟାମ୍ପିଂ ବିକ୍ରମ କେନ୍ଦ୍ର ଦ୍ୱାରା ଉପନିବନ୍ଧକ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦଲିଲ ପଞ୍ଜିକୃତ କରିବା ପାଇଁ ଇଂ-ଷ୍ଟାମ୍ପିଂ ବ୍ୟବସ୍ଥା ଉପଲବ୍ଧ ହେବ । ଏହି ଇଂ-ଷ୍ଟାମ୍ପିଂ ୧ହଜାରୁ ଆରମ୍ଭ ହୋଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ରହିବ । ସାଧାରଣ ଲୋକେ ଏହାର ସୁବିଧା ପାଇପାରିବେ । ଏହା ସହିତ ଷ୍ଟାମ୍ପ୍ ପୂର୍ବରୁ ଯେପରି ଚାଲି ରହୁଥିଲା ତାହା ଚାଲିବ । ଅନ୍ୟ ମାନଙ୍କ ମଧ୍ୟରେ ଡ଼େପୁଟି ଆଇଜିଆର୍ (ସାଉଥ୍ ରେଞ୍ଜ୍) ଦେବରଞ୍ଜନ ମହାନ୍ତି, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଲକ୍ଷ୍ମୀକାନ୍ତ ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ରିଜିଓନାଲ ମ୍ୟାନେଜର (ଇଂ-ଷ୍ଟାମ୍ପିଂ) କୌଶିକ୍ ଭଟ୍ଟାଚାର୍ଯ୍ୟ, ଏରିଆ ମ୍ୟାନେଜର (ଇଂ-ଷ୍ଟାମ୍ପିଂ)ବିପିନ ସାହୁ, ଏକ୍ଜୁଟିଭ୍ ମ୍ୟାନେଜର (ଇଂ-ଷ୍ଟାମ୍ପିଂ) ବିଭୂ ପ୍ରସାଦ, ଶାଖା ପରିଚାଳକ ଅକ୍ଷୟ ଚାନ୍ଦ, ସାଉଥ ଡ଼ିଭିଜନାଲ ମ୍ୟାନେଜର (ସାଉଥ ଜୋନ) ଇଂ-ରେଜିଷ୍ଟ୍ରେସନର ଅଖିଳ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଗଞ୍ଜାମ ଜିଲ୍ଲାର ବହୁ ସବରେଜିଷ୍ଟ୍ରାର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here