ସୁମଣ୍ଡଳ ସତସଙ୍ଗ ବିହାରରେ ଶ୍ରୀ ବଡମା ଙ୍କ 126 ତମ ଜନ୍ମ ଉତ୍ସବ ଅନୁଷ୍ଠିତ

0
53

ବେଗୁନିଆପଡା(ଓବି ନ୍ୟୁଜ) :ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ମାଙ୍କ 126 ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି l ପ୍ରଭାତରେ ଦେବ ମାଙ୍ଗଳିକ ଓ ନହବତ, ଉଷା କୀର୍ତନ, ସମବେତ ପ୍ରlତ ବିନତି, ପ୍ରାର୍ଥନା, ସଂଗୀତଞ୍ଜଳି ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ବୈକୁଣ୍ଠନାଥ ପାଇକରାୟ ବଡ଼ମା ଙ୍କ ଜୀବନୀ ଓ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଧ୍ୟାତ୍ମିକ ଚେତନା ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଏମ. ରାଘବ ସୁବୁଦ୍ଧି, ମନୋଜ କୁମାର ସାହୁ, ଦୁର୍ଯ୍ୟୋଧନ ମହାନ୍ତିଙ୍କ ସମେତ 500 ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ଶେଷରେ ଆନନ୍ଦ ବଜାରରେ ପ୍ରସାଦ ସେବନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here