ସୁଜ୍ଞାନୀଙ୍କ ୮୨ ତମ ଜୟନ୍ତୀ ଉପଲକ୍ଷେ ମେଗା ରକ୍ତଦାନ ଶିବିର

0
27

ଖଲିକୋଟ(ଓବି ନ୍ୟୁଜ)(ବିଭୂତି ଭୂଷଣ ତ୍ରିପାଠୀ): ଖଲ୍ଲିକୋଟ ରାଣିସାହେବ। ଶ୍ରୀମତୀ ଭି ସୁଜ୍ଞାନୀ କୁମାରୀ ଦେଓ ଙ୍କ ୮୨ ତମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହେଁଇପୁର ପଂଚାୟତର କନ୍ଦି ଗାଁ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ମେଗା ରକ୍ତଦାନ ଶିବିରକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର‌୍ୟ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିବା ବେଳେ ଗଂଜାମ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସୋନମ ପଲେଇ ଓ ସମିତି ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ ଅନ୍ୟମାନଂକ ମଧ୍ୟରେ ସମାଜ ସେବି ଦୈତାରୀ ବେହେରା ରତ୍ନାକର ସାହୁ ଓ ଖଲ୍ଲିକୋଟ ଏନଏସି ର ପୂର୍ବତନ ନଗରପାଳ ବନବିହାରୀ ଦାସ ଓ ସୁଜ୍ଞାନୀ ଜୟନ୍ତୀ ସମିତି ର ସମ୍ପାଦକ ରାମମୋହନ ପଣ୍ଡା ଉପାଧ୍ୟାକ୍ଷା ନିରଞ୍ଜନ ନାୟକ କୋଷାଧ୍ୟକ୍ଷ ସୁବଳ ସାହୁ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ ବି ଜେ ଡି ନେତା କିଶୋର ପଳେଇ ଓ ତେନ୍ତୁଳିଆପଲ୍ଲୀ ସରପଂଚ ସିଲୁ ସ୍ୱାଇଁ କୈ ରାଶି ସରପଂଚ ପ୍ରଫୁଲ ସାହୁ ଓ ଯୁବ ନେତା ଦୟାନିଧି ସାହୁ ଶିଶିର ବେହେରା ନବ ସାହୁ ତୋଫାନ ଶତପଥୀ ସମେତ ବହୁ ବ୍ୟକ୍ତି ଓ ବିଜେଡ଼ି ନେତା ସରପଂଚ ସମିତି ସଭ୍ୟ ଓ ବିଜୁ ଯୁବ ବାହିନୀ ର ବହୁ କର୍ମକର୍ତା ସମେତ ଏହି ରକ୍ତ ଦନାଶିବିର ରେ ସାମିଲ ହୋଇଥିବା ବେଳେ ୪୦ ରୁ ଉର୍ଧ ମହିଳା ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ । ସେହିପରି ବିଧାୟିକା ଜିଲ୍ଲା ପରିଷଦ ଅଧକ୍ଷା ଓ ସମିତି ଅଧକ୍ଷା ହାତରେ ଝାଡୁ ଧରି ବିଦ୍ୟାଳୟ ସମୂହ ମୁଖ୍ୟ ରାସ୍ତା କୁ ସଫା କରୁଥିବା ଦେଖିବାକୁ ମିଳିଥିଲା । ଏହି ରକ୍ତ ଦାନ ଶିବିର ରେ ୧୩୨ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here