ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକରେ ଥିବା ଜେକେ ଡିଜିଟାଲ ଷ୍ଟୁଡ଼ିଓ ରୁ ଗତ ୨୪ତାରିଖ ରାତିରେ କୋମ୍ପୁଟର, ପ୍ରିଣ୍ଟର, କ୍ୟାମେରା ଓ ୧୨ହଜାର ଟଙ୍କା ଚୋରି ହୋଇଥିବା ଷ୍ଟୁଡ଼ିଓ ମାଲିକ ତଥା ସାମ୍ବାଦିକ ଜେକେ ପଟନାୟକ ପୋଲିସ ରେ ଅଭିଯୋଗ କରିଥିଲେ ।ଏହାକୁ ନେଇ ପୋଲିସ ତଦନ୍ତ କରି ସନ୍ଦେହ ରେ ୨୫ତାରିଖ ରାତିରେ ସାନ କୋଦଣ୍ଡା ଗ୍ରାମର ଜଣେ ନାବାଳକ କୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେ ତାର ଅନ୍ୟ ୨ସହଯୋଗୀ ବାଉଁଶଲୁଣ୍ଡି ର ସିପୁନ ପ୍ରଧାନ ଓ ଗାମୁଣ୍ଡି ଗ୍ରାମର ବିଷ୍ଣୁ ଗୌଡ଼ ଙ୍କ ସହଯୋଗ ରେ ଏସମସ୍ତ ଜିନିଷ ଚୋରି କରିଥିବା କହିଥିଲା ।
ସେହି ରାତିରେ ସିପୁନ ଠାରୁ ସମସ୍ତ ଜିନିଷ ଉଦ୍ଧାର କରି ଉଭୟଙ୍କୁ ପୋଲିସ ଗିରଫ କରିଥିଲା । ସିପୁନ ଓ ବିଷ୍ଣୁ କୁ ପୋଲିସ କୋର୍ଟ ଚାଲାଣ କରିଛି । ଆଉ କେହି ଏଘଟଣା ରେ ସମ୍ପୃକ୍ତ ଅଛନ୍ତି ସେ ବିଷୟରେ ପୋଲିସ ଅଧିକ ତଦନ୍ତ କରୁଛି । ହେଲେ ଚୋରି ହୋଇଥିବା ସମସ୍ତ ଜିନିଷ କୁ ପୋଲିସ ଶ୍ରୀ ପଟ୍ଟନାୟକ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।