ଟାଟାଷ୍ଟିଲ ପକ୍ଷରୁ ଆନ୍ତଃ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

0
33

ଛତ୍ରପୁର(ଓବି ନ୍ୟୁଜ) (ଅରୁଣ ଶତପଥୀ):ଭାରତ ରତ୍ନ ଜେଆରଡ଼ି ଟାଟାଙ୍କ ୧୧୫ତମ ଜନ୍ମ ବାର୍ଷିକ ଅବସରରେ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଗୋପାଳପୁର ପ୍ରକଳ୍ପ ଆନୁକୁଲ୍ୟରେ ଆନ୍ତଃ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ପରିସରେ ଅନୁଷ୍ଠିତ ହୋଇଯାଇଛି । ଟାଟା ମେଡ଼ିକା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପରିଚାଳକ ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବୟୋଜ୍ୟେଷ୍ଠ କ୍ରୀଡ଼ାବିତ୍ ବୃନ୍ଦାବନ ସାହୁ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ ନିଜର ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରିଥିଲେ । ଟି.ଏସ୍. ଆର୍ . ଡ଼ି. ଏସ୍ ଶାଖା ମୁଖ୍ୟ ରକି ମାର୍ଟିନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜେଆରଡ଼ି ଟାଟାଙ୍କ ଜୀବନାଦର୍ଶ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଆଲୋକପାତ କରିଥିଲେ ।
ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ସଂପାଦକ ଧ୍ରୁବ ଚରଣ ପଣ୍ଡା ଓ ଟାଟାଷ୍ଟିଲ୍ ଜେନେରାଲ ମ୍ୟାନେଜର ଦୀପକ ଘୋଷ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ୧୦୦ମି, ୨୦୦ମି, ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ୍ ଆଦି ଉଭୟ ବାଳିକା ବାଳକ ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ପାତ୍ର, ସଞ୍ଜୟ ଦାସ, ଈଶ୍ୱର ପରିଡ଼ା, ଭୀମ ଚରଣ ମୁର୍ମୁ, ଅନୁପ୍ ସିଂ, କାମରାଜୁ ଭୂୟାଁଙ୍କ ସମେତ କ୍ରୀଡ଼ା ଶିକ୍ଷକମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here