ସୋନପୁର (ଓବି ସୁଶାନ୍ତ ସାବତ):ସ୍ଥାନୀୟ ପ୍ରଭାସ ଲଜ୍ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ତଥା ନାଟ୍ୟ, ମହାନଦୀ ସାହିତ୍ୟ ସଂସଦ, ପଏଁରୀ, ସ୍ୱଚ୍ଛଭାରତ ସଂଗଠନ , ନାଟ୍ୟଚକ୍ର , ରେଆର, ବୁଢାରଜା ଯୁବ ସମାଜସେବୀ ସଂଗଠନ, ଇଂଫେଷ୍ଟ୍ ପକ୍ଷରୁ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସମ୍ବଲପୁରୀ ଭାଷା ସାହିତ୍ୟର ବିକାଶ ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଆଜୀବନ ସାଧନା ଓ ଉଦ୍ୟମ ସଂପର୍କରେ ଆଲୋଚନା କରିଥିଲୋ ନିଜ ମାତୃଭାଷାରେ କଥାବାର୍ତା ଓ ଲେଖାଲେଖି କରିବା ପ୍ରତ୍ୟେକ ମଣିଷ ପାଇଁ ଗର୍ବ ଓ ସ୍ୱାଭିମାନର ବିଷୟ ବୋଲି ଅତିଥିମାନେ ମତ ଦେବା ସହ ସମ୍ବଲପୁରୀ ଭାଷା, ସଂସ୍କୃତିର ସ୍ୱତନ୍ତ୍ର ଓ ମହାନତା ସଂପର୍କରେ ଆଲୋକପାତ କରିଥିଲେ ।
ଏହି କାଯ୍ୟକ୍ରମକୁ ଶିକ୍ଷାବିତ ବ୍ରଜ ମୋହନ ଦାନି ଅଧ୍ୟକ୍ଷତା କରିଥିବା ବେଲେ ଅଭିନାଶ ହୋତା ସଂଯୋଜନା କରିଥିଲେ ଏଥିରେ ରେଆର ସଭାପତି ଗୈାରି ଶ୍ୟାମ ପଣ୍ଡା , ନାଟ ର ସଭାପତି ପ୍ରଦ୍ୟୁନ ସାହୁ, ସ୍ୱଚ୍ଛଭାରତର ସଭାପତି ଲକ୍ଷ୍ମୀ ନରାୟଣ ମେହେର, ମହାନଦୀ ସାହିତ୍ୟ ସଂସଦ ଉପସଭାପତି ପୁରୁଷତୋମ ମିଶ୍ର, ମହାନଦୀ ସେବା ସଂଗଠନ ର ସଭାପତି ଶ୍ୟାମା ଓଁ ପ୍ରସାଦ ମିଶ୍ର, ପଏଁରୀ ର ସମ୍ପାଦକ ଚୈାଧୁରୀ ବିଭାର,ଇଂଙ୍କଫେଷ୍ଟ୍ ସଭାପତି ଅମ୍ବୁଜ ବିହାରି ସତପଥି, ନାଟ୍ୟଚକ୍ର ର ନିଦ୍ଦେଶକ ମନୋଜ ବାରିକ, ବୁଢାରଜା ଯୁବ ସମାଜ ସେବି ସଂଗଠନର ତାପସ ବେଉରା ପ୍ରମୁଖ ଯୋଗଦେଇ ସତ୍ୟନାରାୟଣ ବହିଦାରଙ୍କ ସ୍ୃତି ଚରାଣ କରିଥିଲେ । ସଭା ଆରମ୍ଭରେ ଗୁରୁ ସତ୍ୟନାରାୟଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏଥିରେ ମନୋରଜଂନ ତ୍ରିପାଠୀ, କ୍ଷୀରୋଦ ବିଶ୍ୱାଳ, ମନୋଜ ମିଶ୍ର, ବନମାଳି ପଣ୍ଡା, ବେଣୁଧର ପଧାନ, ଗୋବିନ୍ଦ ମହାରଣା, ଅନଙ୍ଗ ନେଗି, ସୁସାନ୍ତ ସାହୁ, ମହାଦେବ ମଲ୍ଲିକ, ରଜଂନ ବାରିକ, ସନ୍ତୋଷ ମିଶ୍ର ଙ୍କ ପ୍ରମୁଖ ବହୁ ଭାଷାପ୍ରେମୀ ଏଥିରେ ଉପସ୍ଥିତ ଥିଲେ ।