ବଢୁଛି ମଶା ପ୍ରାଦୁର୍ଭାବ: ଲୋକେ ହନ୍ତସନ୍ତ

0
30

ସୁବର୍ଣ୍ଣପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୋନପୁର ସହରରେ ମଶାର ପାର୍ଦୁଭାବକୁ ରୋକିବା ପାଇଁ ସୋନପୁର ପୈାର ପରିଷଦ ତରଫରୁ ମଶା ନିବାରଣଗାଡ଼ି ଦ୍ୱାରା ଧୂଆଁ ସ୍ପ୍ରେ କରାଯାଇଥିଲା । ସୋନପୁର ଅଂଚଳରେ ରହୁଥିବା ଲୋକମାନଙ୍କ ପ୍ରତି ମଶା ଦାଉ ସାଧୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତମାନ ମଶା ସଂଖ୍ୟା ବହୁତ ବଢିଛି । କିଛି ଜାଗାରେ ଡ୍ରେନ ଗୁଡିକ ଭଲ ଭାବରେ ସଫା ହେଉନଥିବା ଓ କିଛିଯାଗରେ କୁଢ କୁଢ ମଇଳା ପଡିଥିବାରୁ ବର୍ଷା ଋତୁ ଆସିଥିବାରୁ ମଶାଗୁଡିକ ବଂଶ ବିସ୍ତାର କରି ତାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛ ବର୍ତମାନ ଏ ଅଂଚଳର ଅନେକ ଗ୍ରାମାଚଂଳ ଗୁଡିକରେ ଫସଲ ହେଉଥିବାରୁ ଉକ୍ତ ଗାଁଗୁଡିକ ଅଧିକାଂଶ ସ୍ଥାନ ସନ୍ତସନ୍ତିଆ ରହୁଛି । ବର୍ଷା ଋତୁ ଆସିଥିବାରୁ ମଶାଗୁଡିକ ବଂଶ ବିସ୍ତାର କରି ତାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ତେବେ ଗ୍ରାମାଂଚଳ ମାନଙ୍କରେ ମଶାମରା ତେଲ ସିଂଚନ କରାଯାଉ ନଥିବା ଅଭିଯୋଗ ହୋଇଛି । ତେଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here