କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର

0
26

ବୁଗୁଡ଼ା(ଓବି ନ୍ୟୁଜ): ବୁଗୁଡ଼ା ବ୍ଲକ ଅଧିନ କରଚୁଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ସୁଜ୍ଞାନୀ ପଟ୍ଟନାୟକଙ୍କ ଦ୍ୱାରା ତାଲିମ ଶିବିର ପରିଚାଳିତ ହେଉଥିବାବେଳେ ଏବିଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବାବେଳେ ସିଆରସିସି ପ୍ରଫୁଲ କୁମାର ସାହୁ ତାଲିମର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ । ତାଲିମ ଶିବିର ଜୁଲାଇ ୩୧ରୁୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲୁ ରହୁଥିବାବେଳେ ପ୍ରଥମ ଦିବସରେ ୭୨ ଜଣ ଛାତ୍ରୀ ଭାଗ ନେଇଥିଲେ । ଏଥିରେ ତାଲିମଦାତ୍ରୀ ଭାବେ ମାନସୀ କୁମାରୀ ଦାଶ ଓ ବୈଜୟନ୍ତୀମାଳା ପ୍ରଧାନ ଯୋଗ ଦେଇଥିଲେ । ଟୁନିବାଳା କର ଓ ନିରଞ୍ଜନ ଗୌଡ଼ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here