ଓଡିଶା ଓ ଆନ୍ଧ୍ର ସୀମାନ୍ତର ସାମ୍ବାଦିକ ମାନଙ୍କୁ ନେଇ ଆନ୍ଧ୍ର ପୋଲିସର ମିଳିତ ବୈଠକ

0
78

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):ଓଡିଶା ଓ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପାଥପାଟଣାମ୍ ସହରରେ ପାଥପାଟଣାମ୍ ଥାନା ପୋଲିସ ପକ୍ଷରୁ ଉଭୟ ସୀମାନ୍ତରେ ଅପରାଧ ଓ ଅପରାଧୀକୁ ରୋକିବା ଏବଂ ଅପରାଧ ଭିତ୍ତିକ ଖବର ଆଦାନ-ପ୍ରଦାନ ପାଈଁ ଉଭୟ ଜିଲ୍ଲା ସୀମାନ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ମିଳିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଆନ୍ଧ୍ରର ପାଥପାଟଣାମ୍ ସହର ସ୍ଥିତ ଶ୍ରୀୟା ମହଲ’ର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି ବୈଠକରେ ସଭାପତିତ୍ବ କରିଥିଲେ-ପାଥପାଟଣାମ୍ ଥାନା ଅଧିକାରୀ ଆର.ରବି ପ୍ରସାଦ ।
ଏଥିରେ ପାଲକୋଣ୍ଡା -ଡିଏସପି-ପିଆରଆର ପ୍ରସାଦ ଯୋଗ ଦେଇ ଓଡିଶା-ଆନ୍ଧ୍ର ସୀମାନ୍ତର ସମସ୍ତ ସାମ୍ବାଦିକ ନିଜ ଭିତରେ ସୁସମ୍ପର୍କ ରଖିବା ସହ ସୀମାନ୍ତ ଅଂଚଳରେ ଘଟୁଥିବା ବିଭିନ୍ନ ଅପରାଧିକ ମାମଲା ଉପରେ ପୋଲିସ ସହ ସମନ୍ବୟ ରଖିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ ।
ଅନ୍ୟପକ୍ଷରେ ସୀମାନ୍ତବର୍ତି ଅପରାଧ କାର‌୍ୟ୍ୟକଳାପକୂ ସୀମାନ୍ତ ର ଉଭୟ ପଟର ସାମ୍ବାଦିକ ମାନେ ଆନ୍ଧ୍ର ପୋଲିସ ସହ ସମନ୍ବୟ ରଖି କାର୍ଯ୍ୟ କଲେ ଅପରାଧକୁ ଅଧିକାଂଶରେ ରୋକା-ଯାଇପାରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପାଥପାଟଣାମ୍ ଥାନା ଏସଆଇ:-ଟି ରାଜେଶ ଏବଂ ମେଳିଆପୁଟି ଏସଆଇ-ସିଦ୍ଧାର୍ଥ ଳୁମାର୍ ପ୍ରମୁଖ ମଂଚସିନ ଥିବା ବେଳେ ଗଜପତି ଓ ଶ୍ରୀକାକୁଲମ ଜିଲ୍ଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।
ମୁଖ୍ୟତଃ ପାରଳାଖେମୁଣ୍ଡି ସହର ଓ ଆନ୍ଧ୍ରର ପାଥପାଟଣାମ୍ ସହର ମଧ୍ୟରେ ଦୂରତା ମାତ୍ର ୩/୪ କିଲୋମିଟର । ଏହାର ସୁଯୋଗ ନେଇ ଅପରାଧୀ ମାନେ ସୀମା ପାର ହୋଇ ବିଭିନ୍ନ ଅପରାଧ ସବୁ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଖୁଲେ-ଆମ ବୁଲିଥାନ୍ତି । ତେଣୁ ଏହାକୁ ଦୃଷ୍ଟି ଆଗରେ ରଖି ଏଭଳି କୋଣସି ପ୍ରକାର ଘଟଣା ଦୃଷ୍ଟିକୁ ଆସିଲେ ସାମ୍ବାଦିକ ମାନେ ସୀମାନ୍ତ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପାଈଁ କୁହାଯାଇଥିଲା ।
ଏହି ଅବସରରେ ପାରଳାଖେମୁଣ୍ଡି ସହରର ୨ ଜଣ ବରିଷ୍ଠ ଜିଲ୍ଲା ସାମ୍ବାଦିକଙ୍କୁ ଏବଂ ସାମ୍ବାଦିକ ମାନଂକ ପକ୍ଷରୁ ପାଲକୋଣ୍ଡା ଡିଏସପି-ପିଆର,ଆର ପ୍ରସାଦଙ୍କୁ ଫୁଲ-ତୋଡା଼ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here