ବାଲସି ହାଇ ସ୍କୁଲ ରେ ବୃକ୍ଷ ରୋପଣ

0
22

କେସିଙ୍ଗା(ଓବି ନ୍ୟୁଜ)(ଦୟାନିଧି ସା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଧିନସ୍ତ ଜବହାର ଉଚ୍ଚ ବିଦ୍ୟାପୀଠ ବାଲସି ଠାରେ ବନମହୋଉତ୍ସବ ପାଳନ କରାଯାଇଛି ।
ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ଙ୍କ ସଭାପତିତ୍ୱରେ ରେ ବାଲସି ରାସ୍ତା ଦୁଇ ପାର୍ଶ୍ଵରେ ଛାତ୍ରଛାତ୍ରୀଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ ଝସକେତନ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ । ସମୀର ବେହେରା ଓ ଡ଼ ମୋନାଲିସା ସମ୍ମାନନିୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟଚନ୍ଦ୍ର ଭୋଇ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ସ୍ୱଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here