ନକଲି ମଦ ଜବତ, ୩ ଗିରଫ

0
90

ପୁରୁଷୋତମପୁର(ଓବି ନ୍ୟୁଜ)(ସୁନିଲ କୁମାର ସାହୁ): ପୁରୁଷୋତମପୁର ଥାନା ପୁଲିସ ମଦ ବେପାରୀଙ୍କ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିବା ସହ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଯେଉଁକାମ ଅବକାରୀ ବିଭାଗ କରିବା କଥା ତାହା ଏବେ ପୁଲିସ ପ୍ରଶାସନ କରିଦେଖାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ କିପରି ଭାବେ ଅବକାରୀ ଗୁଇନ୍ଦା ବିଭାଗ କାର୍ଯ୍ୟ କରୁଛି, ତାହା ଏଠାରେ ସ୍ପଷ୍ଟ ଭାବେ ଦେଖାଯାଉଛି ।

ପୁରୁଷୋତମପୁର ଥାନା ପୁଲିସ ଏକ ମାସ ଭିତରେ ୫ରୁ ୬ଟି ନକଲି ମଦ କାରବାର କରୁଥିବା ଲୋକମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତକାଲି ୨୪୦ ଲିଟର ନକଲି ମଦକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ପୁରୁଷୋତମପୁର ଥାନା ଅନ୍ତର୍ଗତ ଧୋବାଡ଼ି ଗ୍ରାମର କିଛି ମଦ ମାଫିଆ ପାଟପୁର-ବାଳକୃଷ୍ଣପୁୂର ରାସ୍ତାରେ ନକଲି ମଦ ଚାଲାଣ ହେଉଥିବାର ପୁରୁଷୋତମପୁର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ । ପୁରୁଷୋତମପୁୂର ଥାନାଧିକାରୀ ଜଗନ୍ନାଥ ମଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବିନା ୟୁନିଫର୍ମରେ ରାସ୍ତାରେ ଛପି ରହିଥିଲେ । ବହୁ ସମୟ ଅପେକ୍ଷା ପରେ ଉକ୍ତ ରାସ୍ତା ଦେଇ ଏକ ଅଟୋରେ ନକଲି ମଦ ଆସୁଥିବାର ଦେଖି ଅଟକାଇ ଚଢ଼ାଉ କରିଥିଲେ । ସେହି ସମୟରେ ନକଲି ମଦ ଗାଡ଼ିରୁ ଜବତ କରିବା ସହ ମଦ ମାଫିଆ ଅଜୟ ସ୍ୱାଇଁ, ସୁକାନ୍ତ ସ୍ୱାଇଁ ଓ ଅଟୋ ଡ୍ରାଇଭର ସୁଦାମ ଗୌଡ଼କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମଲ୍ଲୀକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here