ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

0
28

ଜି.ଉଦୟଗିରି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢି): ଜି.ଉଦୟଗିରି ବ୍ୟବସାୟୀ ବନ୍ଧୁ ଓ ସହର ବାସି ଙ୍କୁ ନେଇ ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀ ଙ୍କ ନେତୃତ୍ୱରେ ବ୍ୟବସାୟୀ ସଂଘ କାର‌୍ୟ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ “ଓଁ” କାର ଧ୍ଵନି ୩ ଥର ଉଚ୍ଚାରଣ କରି ପୂର୍ବ ଦୂର୍ଗାପାଜା ର ବିବରଣୀ ପାଠ କରିବା ସହ ଆୟ ଓ ବ୍ୟୟ ପଠନ କରାଯାଇଥିଲା। ବର୍ତ୍ତମାନ ଦୁର୍ଗାପୂଜା ର ସଭାପତି ଭାବେ ବ୍ୟବସାୟୀ ସଂଘ ଉପ ସଭାପତି ମନୋଜ ମହାପାତ୍ର, ସମ୍ପାଦକ ଭାବେ ସଂଘ ର ସହ ସଂପାଦକ ମନ ସନ୍ତୋଷ ପାତ୍ର, ହିସାବ ରକ୍ଷକ ଭାବେ ସଂଘ ର ହିସାବ ରକ୍ଷକ ସଞ୍ଜୀବ ସୁବୁଦ୍ଧି ଙ୍କୁ ଦାୟିତ୍ଵ ଦିଆଗଲା। ଏମାନଙ୍କୁ ସହଯୋଗ କରିବା ପାଇଁ ସଂଘ କମିଟି ର ଅନ୍ୟ କର୍ମକର୍ତ୍ତା ଙ୍କ ସହ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଙ୍କ ମଧ୍ୟରୁ ୧୩ ଜଣଙ୍କୁ ସଭ୍ୟ ରୂପେ ବଛା ଗଲା । ସଭ୍ୟ ମାନେ ହେଲେ ସଞ୍ଜୟ କୁମାର ଆଚାର‌୍ୟ୍ୟ, ସନ୍ତୋଷ କୁମାର ମୁନି , ସାଥିବାବୁ ପାତ୍ର, ବିନୋଦ ପାତ୍ର, ପ୍ରତାପ କୁମାର ପଣ୍ଡା, ଗଣେଶ ପାଢୀ, ଲିକୁ ପାତ୍ର , କ୍ରିଷ୍ଣା ପାତ୍ର ଙ୍କ ସହ ଅନ୍ୟ ୫ ଜଣ ସଭ୍ୟ। ଏହା ସହ ପ୍ରତ୍ୟେକ ବ୍ୟବସାୟୀ ପ୍ରତି କ୍ଷେତ୍ରରେ ଉପରୋକ୍ତ କମିଟି କୁ ସହଯୋଗ କରିବାକୁ ନିଷ୍ପତି ନିଆଗଲା। ଶେଷରେ ସମସ୍ତଙ୍କୁ କମିଟି ତରଫରୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା।

LEAVE A REPLY

Please enter your comment!
Please enter your name here