କବାଟ ଭାଙ୍ଗି ଟଙ୍କା ସୁନା ଚୋରି

0
69

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବପ୍ରସାଦ ରଥ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏସ୍ . ଚାଞ୍ଚଡାପଲ୍ଲୀ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଘର କବାଟ ଭାଙ୍ଗି ସୁନା ଟଙ୍କା ଚୋରାଇ ନେଇଥିବା ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।
ସୂଚନା ପ୍ରକାରେ ଦିଗପହଣ୍ଡି ଥାନା ଏସ୍ . ଚାଞ୍ଚଡାପଲ୍ଲୀ ଗ୍ରାମରେ ରହୁଥିବା ବରୁଣ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଘରର ପଛପଟ କବାଟ ଭାଙ୍ଗି ଘରର ଗଡ଼ରେଜ ଭାଙ୍ଗି ୧୮ ତୁଳା ସୁନା ଅଳଙ୍କାର, ୧୦ ତୁଳା ରୂପା , ନଗଦ ୨୦ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଚୋରାଇ ନେଇଥିବା ଜଣାପଡିଛି । ଏନେଇ ବରୁଣଙ୍କ ପରିବାର ଲୋକେ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଲିଖିତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଏସ୍ ଆଇ ମାଧବ ଚନ୍ଦ୍ର ଟାକିରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here