ଆସିକା(ଓବି ନ୍ୟୁଜ): ଆସିକା ଥାନା ଅନ୍ତର୍ଗତ ଭେଟନଇ ଛକ ଠାରେ ଆଜି ଆସିକା ଠାରେ ଥିବା ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ ମହିଳା ଏଜେଟଂଙ୍କୁ ବନ୍ଧୁକ ଦେଖାଇ ୧ଲକ୍ଷ ୪୮ ହଜାର ଟଙ୍କା ଅଜଣା ଦୁବୃର୍ତ ମାନେ ଲୁଟି ନେଇଥିବା ଜଣାଯାଇଛି । ପ୍ରକାଶ ଥାଉକି ଆସିକା ଠାରେ ବହୁ ବର୍ଷ ଧରି ବିଭିନ୍ନ ଜମା ଋଣ ଲଗାଣ ସଂସ୍ଥା ଅନ୍ନପୂର୍ଣ୍ଣା ଫାଇନାନ୍ସ ର ମହିଳା ଏଜେଟଂ ରୋଜି ବାରିକ ପ୍ରତି ଦିନ ଭଳି ଆଜି ଭେଟନଇ ଗ୍ରାମରେ ପହଁଚି ବିଭିନ୍ନ ମହିଳା ଓ ପୁରୁଷ ଗ୍ରୁପ ଠାରୁ ୧ଲକ୍ଷ ୪୮ ହଜାର ଟଙ୍କା ସଂଗ୍ରହ କରି ଏକ ସ୍କୁଟି ଯୋଗେ ଫେରୁଥିବା ବେଳେ ହଠାତ ଦିନ ପ୍ରାୟ ୧୦ଟା ବେଳେ ୩ରୁ ଅଧିକ କଳାମୁଖା ଅଜଣା ଦୁବୃର୍ତ ମୋଟର ସାଇକେଲରେ ପହଁଚି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ସେ ଧରିଥିବା ଟଙ୍କା ବ୍ୟାଣ୍ଡଲକୁ ଛଡାଇ ଆଖି ପିଛୁଳାକେ ବାଲି ପଦର ବୁଗୁଡା ଆଡକୁ ଅତି ଦ୍ରୁତଗତିରେ ଚାଲିଯାଇଥିଲେ ।
ଏକ ଜନଗହଳି ପୂର୍ଣ୍ଣ ଭେଟନଇ ଛକ ଠାରେ ଦିନ ପ୍ରାୟ ୧୦ଟା ବେଳେ ବିଚ ବଜାର ଛକରେ ନିର୍ଭୟରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ ନେଇଥିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ଏହା ପୂର୍ବରୁ କିଛି ଦିନ ତେଳେ ଆସିକା ସତ୍ୟନାରାୟଣ ମନ୍ଦିର ପରିସରରେ ଥିବା ସାଗ୍ରାହା ସଂସ୍ଥାର ଏଜେଟଂ ଠାରୁ ଠିକ ଏହି ଅଭିନବ ଢଙ୍କରେ ଦିନ ବେଳେ ଦୁବୃତ ମାନେ ଲୁଟି ନେଇଥିଲେ । ସେହି ଘଟଣାର ଅପରାଧି ମାନେ ଧରାପଡିନଥିବା ବେଳେ ପୁଣି ଅପରାଧି ମାନେ ଆଜି ଆଉ ଗୋଟିଏ ଲୁଟ କରିବାରେ ସଫଳ ହୋଇଛନ୍ତି ।
ରାଜ୍ୟ ଓ ରାଜ୍ୟ ବାହାରୁ ୧୭ ଋଣ ଲଗାଣ ମାଇକ୍ରୋ ସଂସ୍ଥା ଆସିକାରେ ରହିଛି । ଏମାନଙ୍କ ଏଜେଟଂ ମାନେ ସଂଗ୍ରହ କରି ଆଣୁଥିବା ଟଙ୍କାକୁ ଲୁଟିବା ଲକ୍ଷ୍ୟ ନେଇ ଏହି କାଣ୍ଡ ଭିଆଉଥିବା ଜଣାଯାଇଛି ।