ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ୧୦୦ଟଙ୍କା ଦିଅ ଚାଷୀ କାର୍ଡ ନିଅ ଏହା କୌଣସି ସରକାରୀ ଗାଇଡଲାଇନ୍ ନୁହେଁ । ଏହା ହୋଉଛି ହିଞ୍ଜିଳି ବ୍ଲକ ଓ ପୌରପରିଷଦ ଅଞ୍ଚଳ ରେ ସକ୍ରିୟ ଥିବା କିଛି ଦଲାଲ ଙ୍କ କାରନାମା ଯାହାର ଚକ୍ରବ୍ୟୁହୁ ରେ ଫସିଛନ୍ତି ଅନେକ ନିରୀହ ଚାଷୀ । ଏକ ନିର୍ଦିଷ୍ଟ ଆପ ଜରିଆରେ ହାକ୍ କରି ଦଲାଲ ମାନେ ଜାଲ ଫମ ରେ କାର୍ଡ ପ୍ରସ୍ତୁତ କରିଛନ୍ତି ପ୍ରତି କାର୍ଡକୁ ୧୦୦ କିମ୍ବା ୨୦୦ ଟଙ୍କା ନେଇ ଚାଷୀଙ୍କୁ କାର୍ଡ ଯୋଗାଉଛନ୍ତି ଦଲାଲ । ଯାହାକି କେନ୍ଦ୍ର ସରକାରଙ୍କ କୃଷି ବିଭାଗ ପକ୍ଷରୁ ଲଗାଯାଇଥିବା କୃଷକ ଲୋଗ ସହ ଅବିକଳ ନକଲ ରହିଛି ଏହି ଜାଲ ପରିଚୟ ପତ୍ର ଖାଲି ହିଞ୍ଜିଳି ରେ ନୁହେଁ ସାରା ଗଂଜାମ ଜିଲ୍ଲାର ରେ ଚେର ଲମ୍ବିଛି । ହେଲେ କୃଷି ବିଭାଗ ସବୁ ଜାଣି ମଧ୍ୟ ନଜାଣିଲା ପରି ବସିଛି । ଚାଷୀକାର୍ଡ ପ୍ରତି ଗ୍ରାମ ରେ ଗ୍ରାମ ସେବକ ଜରିଆରେ ହେଉ କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ଦ୍ଵାରା ମାଗଣା ରେ ମିଳିବା କଥା କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଚାଷୀ ଦଲାଲଙ୍କ ଶୋଷଣ ଶିକାର ହେଉଛନ୍ତି ଅନ୍ୟ ପଟେ କୃଷକଙ୍କୁ ସଚେତନା କରିବା ରେ ବିଫଳ ହୋଇଛି ,କୃଷି ବିଭାଗ ଅନ୍ୟ ପଟେ ଘଟଣାକୁ ଗୁରୁତର ସହ ନେଉନଥିବା ସାଧାରଣ ରେ ଚର୍ଚ୍ଚା ହୋଉଛି । ଗଂଜାମ ଜିଲ୍ଲାରେ କେତେକ ନିର୍ଦ୍ଦିଷ୍ଟ ବ୍ଲକ ଅଞ୍ଚଳ ରେ କିଛି ଦଲାଲ ପୋଲିସ୍ ଦ୍ଵାରା ଗିରଫ ହେବାର ନଜର ରହିଛି ଏଣୁ ଦେଖାବା କଥା ହିଞ୍ଜିଳି ଓ ଓଡ଼ିଶାର ସବୁ ବ୍ଲକ ଅଞ୍ଚଳ ରେ କେବେ ଏହି ଠକ ଦଲାଲ ମାନେ ପୁଲିସ ଦ୍ଵାରା ସାବଡ ହେଉଛନ୍ତି । କିଛି ଦଲାଲ୍ ପୋଲିସ୍ ଦ୍ୱାରା ଗିରଫ୍ ହେବାର ନଜିର ରହିଛି ଏଣୁ ଏବେ ଦେଖିବା କଥା ସବୁ ଅଞ୍ଚଳର ଏହି ଠକ ଦଲାଲ ମାନେ କେବେ ପୋଲିସ୍ ଦ୍ୱାରା ସାବାଡ ହେଉଛନ୍ତି ।