ହେଲମେଟ ନଥିଲେ ଅଫିସ୍ ମନା

0
100

ଭଞ୍ଜନଗର (ଓବି ନ୍ୟୁଜ୍)(ଜୟକୃଷ୍ଣ ପଟ୍ଟନାୟକ) ; ସଡକ ସୁରକ୍ଷା ଜୀବନ ରକ୍ଷା । ଏହି ସ୍ଲୋଗାନ ପଲ୍ଲୀ ରୁ ସହର ସବୁଠି ଗୁଞ୍ଜରିତ ହେଉଛି । ଦିନକୁ ଦିନ ଲୋକ ସଂଖ୍ୟା ଯେପରି ବୃଦ୍ଧି ପାଉଛି ସେହି ତୁଳନାରେ ଯାନବାହାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଣୁ ଏବେ ରାତି ପାହିଲେ ସୃଷ୍ଠି ହେଉଛି ଟ୍ରାଫିକ୍ ସମସ୍ୟା । ସେଥିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଛି ଅନେକ ଟ୍ରାଫିକ୍ ନିୟମ । ବିଷେଷ କରି ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଦୁଇଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ବାଧ୍ୟତାମୁଳକ କରାଯାଇଛି । ଏପରିକି ହେଲମେଟ ପିନ୍ଧିନଥିଲେ ପେଟ୍ରୋଲ ପମ୍ପରେ ତେଲ ଦେବାକୁ ମଧ୍ୟ ବାରଣ କରାଯାଇଛି । ତଥାପି ଅନେକ ଲୋକ ନା ହେଜୁଛନ୍ତି ନା ଟ୍ରାଫିକ୍ ନିୟମ ସଂପର୍କରେ ସଚେତନ ହେଉଛନ୍ତି । ଏଣୁ ଏବେ ଭଞ୍ଜନଗର ଉପଜିଲ୍ଲାପଳ ରାଜେନ୍ଦ୍ର ମିଞ୍ଜ ଟ୍ରାଫିକ୍ ନିୟମ ସଂପର୍କରେ ନିଜ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିିକାରୀ ମାନଙ୍କୁ ସଚେତନ କରାଇବା ପାଇଁ ନୁଆ ନିୟମ ଲାଗୁ କରିଛନ୍ତି । ନିୟମ ପ୍ରକାରେ ଯେଉଁ କର୍ମଚାରୀ ଓ ଅଧୀକାରୀ ହେଲମେଟ ନ ପିନ୍ଧି କାର୍ଯ୍ୟାଳୟକୁ ଆସିବ ତାଙ୍କୁ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ଏଥିପାଇ ଜଣକୁ ଗେଟ ନିକଟରେ ମୃତୟନ କରାଯାଇଛି ଏପରିକି ଉପଜିଲ୍ଲାପାଳ ନିଜେ ନିୟମ ପାଳନ ହେଉଛି ନା ନାହିଁ ତାର ତଦାରଖ ମଧ୍ୟ କରୁଛନ୍ତି କେବଳ ସେତିକି ନୁହଁ ଯେଉଁ ଲୋକମାନେ କାର୍ଯ୍ୟାଳୟକୁ ନିଜ ନିଜ କାମ ପାଇଁ ଆସୁଛନ୍ତି ସେମାନେ ମଧ୍ୟ ହେଲମେଟ ନ ପିନ୍ଧିଲେ ସେମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଛଡାଯାଉନାହିଁ । ଉପଜିଲ୍ଲାପାଳଙ୍କ ଏପରି ନିୟମକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here