କୋଠ ଘର ନିର୍ମାଣ ବକେୟା ଟଙ୍କା କୁ ନେଇ ଗଞ୍ଜାମ ଏନ ଏ ସି ରେ ତାଲା ପକାଇଲେ ଦାମୋଦରପୁର ଗ୍ରାମବାସୀ ।

0
86

ଗଞ୍ଜାମ (ଓବି ନ୍ୟୁଜ୍)(ଉମାକାନ୍ତ ବେହେରା) ; ଗଞ୍ଜାମ ଏନଏସି କାର୍ଯ୍ୟାଳୟ ରେ କୋଠ ଘର ନିର୍ମାଣ ବକେୟା ଟଙ୍କା ମିଳିନଥିବା ଯୋଗୁଁ ଦାମୋଦରପୁର ଗ୍ରାମବାସୀ କାର୍ଯ୍ୟାଳୟ ରେ ପହଂଚି ସମସ୍ତ କର୍ମଚାରୀ ଙ୍କୁ ବାହାର କୁ ବାହାର କରିବା ସହ ଫାଟକରେ ତାଲା ପକାଇ ଧାରଣା ରେ ବସିଥିଲେ । ଯାହାକୁନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଅନ୍ୟପଟେ ବକେୟା ଟଙ୍କା ମାଗିବାକୁ ଆସିଥିବା ଠିକାଦାର ପି.କ୍ରିଷ୍ଣା ରେଡିଙ୍କୁ କାର୍ଯ୍ୟନିର୍ବାହୀ କିଛିଦିନ ତଳେ ଦୁର୍ବ୍ୟବହାର କରିଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ପୂର୍ବରୁ ବିଧାୟକ ଲାଟ ରୁ ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ୧୧ ଓ ୧୨ ନମ୍ବର ୱାର୍ଡ କୋଠ ଘର ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା ଆସିଥିଲା । ଡ଼ି.ବସନ୍ତ ରେଡି ଙ୍କ ନାମରେ ୱାର୍କ ଅର୍ଡର ଆସିଥିବା ବେଳେ ଗ୍ରାମବାସୀ ତାହାକୁ ମିଳିତ ଭାବେ କରିବା ସହ ଗ୍ରାମର ଠିକାଦାର ପି.କ୍ରିଷ୍ଣା ରେଡି ଦ୍ଵାରା କରିଥିଲେ । ହେଲେ କୋଠ ଘର ନିର୍ମାଣ ସମ୍ପୂର୍ଣ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ପୂର୍ବରୁ ୪୦ ହଜାର ୫ଶହ ଟଙ୍କା ମିଳିଥିବା ବେଳେ ବକେୟା ଟଙ୍କା ମିଳିନଥିବା ରୁ ବାରମ୍ବାର ଠିକାଦାର କନିଷ୍ଟ ଯନ୍ତ୍ରୀ ଙ୍କ ନିକଟ କୁ ଦୌଡିବା ପରେ ଶେଷରେ ବଳକା ଟଙ୍କା ନମିଳିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରିବାରୁ ଠିକାଦାର ଙ୍କୁ ଦୃବ୍ୟବହାର କରିଥିବା ନେଇ ଠିକାଦାର ଅଭିଯୋଗ କରିବାବା ଯୋଗୁଁ ଉତେଜନା ପରିସ୍ଥିତ ଉପୁଜିଥିଲା ।

ଖବର ପାଇ ଆଡିସିନାଲ ତହସିଲଦାର ସନାତନ ମହାଳିକ, ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ଏନ ଏ ସି କାର୍ଯ୍ୟାଳୟ ପକ୍ଷରୁ ୭ ଦିନ ମଧ୍ୟରେ ବକେୟା ଟଙ୍କା ପ୍ରାପ୍ୟ କରାଯିବା ନେଇ ପ୍ରତିଶୃତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କିମାର ଟୁଡୁ ଙ୍କ ପ୍ରତିକ୍ରିୟା ନେବାରେ ସେ କାହାକୁ ଦୃବ୍ୟବବହାର କରିନଥିବା କହିଥିଲେ । ୧୧ ନମ୍ବର ୱାର୍ଡ ରେ ମଧ୍ୟ କୋଠ ଘର ନିର୍ମାଣ ଛାତ ଲେବଲ ହୋଇ ସାରିଥିଲେ ମଧ୍ୟ ମାତ୍ର ୪୦ ହଜାର ଟଙ୍କା ମିଳିଥିବା ଏବଂ ଆଉ ବାକି ଟଙ୍କା ମିଳିନଥିବା ନେଇ ମଧ୍ୟ ୱାର୍ଡ ବାସୀନା ଅଭିଯୋଗ କରିବା ସହ ହୋହାଲା କରିଥିଲେ । ଅନ୍ୟପଟେ ଆବାସ ଯୋଜନାରେ ପାଇଥିବା ହିତାଧିକାରୀ ଗୃହ ଗୁଡିକ ଭାଙ୍ଗି ନୂତନ ଗୃହ ନିର୍ମାଣ ନିମନ୍ତେ ଟଙ୍କା ପାଉନଥିବା ଯୋଗୁଁ ବର୍ଷା ଦିନ ପାଇଁ ହଇରାଣ ହେଉଥିବାରୁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here