ସୁଦାମ ଚରଣ ମଣ୍ଡଳ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ଭାବେ ଦାୟିତ୍ୱ ଗ୍ରହଣ

0
58

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ସୁଦାମ ଚରଣ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କର ବଦଳି ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ହୋଇଥିଲା । ସେ ୧୯୯୨ ବ୍ୟାଚ୍ ର ଓଏଏସ ଅଫିସର ଅଟନ୍ତି । ସେ ଗତଜପତି ଜିଲ୍ଲାର ବିଡିଓ ଓ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗଂଜାମ ଜିଲ୍ଲାରେ ଅତିରିକ୍ତ ତହସିଲଦାର , କନ୍ଧମାଳ ଜିଲ୍ଲାରେ ତହସିଲଦାର, ପୁଣି ଗଂଜାମ ଜିଲ୍ଲାର ବେଗୁନିଆପଡା ବିଡିଓ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସୂଚାରୂପର ତୁଲାଇ ଆସିଛନ୍ତି । ସେ ଆଜି ଦାୟିତ୍ୱ ନେଲା ପରେ ଜିଲ୍ଲାରେ ସହରାଞ୍ଚଳ ଗୁଡିକ କିପରି ଉନ୍ନତୀ ଘଟିବ ସେଥିପ୍ରତି କାର୍ଯ୍ୟକରିବି । ଏହାସହି ସ୍ୱଚ୍ଛତା, ପାନୀୟ ଜଳ ଏବଂ ଲୋକଙ୍କ ସୁବଧା କିପରି ହେବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here