୭୩ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

0
58

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଜିଲ୍ଲାସ୍ତରୀୟ ସ୍ୱାଧୀନ ଦିବସ କିପରୀ ଶାନ୍ତି ଶୃଙ୍ଖଳାର ସହ ଯାକଜମକରେ ସ୍ଥାନୀୟ ପୁଲିସ ପଡିଆ ଠାରେ ହୋଇପାରିବ ସେଥିନିମନ୍ତେ ସମସ୍ତେ ସହଯୋଗ କରିବାକୁ କହିଥିଲେ । ପଲିଥିନ୍ ଓ ପ୍ଲାଷ୍ଟିକ୍ ଏବଂ ପାଣି ପାଉଚ୍ ବ୍ୟବହାର ନକରିବାକୁ କହିବା ସହ ସଡକ ଦୁର୍ଘଟଣା ରୋକିବା ଏବଂ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ସଂପର୍କରେ ଲୋକ କିପରୀ ଜାଣି ପାରିବେ ସେଥି ନିମନ୍ତେ ପ୍ରଜ୍ଞାପନ ମେଢ ମାଧ୍ୟମ ଦ୍ୱାରା ସଚେତନତା କରିବାକୁ କହିଥିଲେ । ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ଦୋକାନ, ବ୍ୟାଙ୍କ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଆଲୋକ ସଜ୍ୟା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲ।। ଏହିଅବସରରେ ଛତ୍ରପୁର ଷ୍ଟାଡିୟମ ଠାରେବ୍ୱନ୍ଧୁତାପୂର୍ଣ୍ଣ ଫୁଟବଲ ମ୍ୟାଚ କରିବାକୁ ଜିଲ୍ଲା କ୍ରିଡା ଅଧିକାରୀଙ୍କୁ କହୁଯାଇଥିଲା । ଜିଲ୍ଲାରେ ମୋଟ ୪୮ଟି ଦଳ ପ୍ୟାରେଡ ଭାଗନେବା ସହ ଜିଲ୍ଲାର କୃତୀ ପ୍ରତିଯୋଗି ପୁରସ୍କୃତ କରାଯିବ । ଜିଲ୍ଲାର ଶ୍ରେଷ୍ଠ ସ୍ୱୟଂ ଗୋଷ୍ଠିର ମହିଳା, ଅଙ୍ଗନବାଡି, ଏଏନଏମ, ପୁଲିସ କନଷ୍ଟେବଲ, ହୋମଗାର୍ଡ, ସରପଞ୍ଚ ଏବଂ ଜାତୀୟ ସ୍ତରରେ କୃତୀତ୍ୱ ହାସଲ କରିଥିବା ପ୍ରତିଭା ମାନଙ୍କୁ ପୁରସ୍କୃତ କରିବା ନିମନ୍ତେ କୁହାଯାଇଛି । ପୂର୍ବାହ୍ନ ୯.୧୫ ସମୟରେ ଅତିଥୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଅପରାହ୍ନରେ ଡିଆରଡିଏ ସମ୍ମିଳନୀ କକ୍ଷରେ ବହୁଭାଷି କବିତା ପାଠତ୍ସୋବ ଅନୁଷ୍ଠିତ । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତିକ ଭବନ ପରିସରରେ କୁନି କୁନି ଶିଶୁ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହାସହିତ ଛତ୍ରପୁର ଠାରେ ମହାତ୍ମାଗାନ୍ଧୀ ପ୍ରତିମୃର୍ତ୍ତ ସ୍ଥାପନ କରିବା ନିମନ୍ତେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦିବସ ଅବସରରେ ସ୍କୁଲ ଓ କଲେଜ ସ୍ତରୀୟ ପ୍ରତିଯୋଗିତା ପୂର୍ବରୁ ଅନୁଷ୍ଠିତ ହେବ । ଅଭ୍ୟାସ ପ୍ୟାରେଡ୍ ଅଗଷ୍ଟ ୧୧ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପୁଲିସ ପ୍ୟାରେଡ ଠାରେ ଅନୁଷ୍ଠିତ ହେବ । ଛତ୍ରପୁର ଏନଏସି ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ସଫା ସୁତରା, ତୋରଣ ଏବଂ ବିଭିନ୍ନ ପ୍ରକାର ସାଜଶର୍ଯ୍ୟା କରିବାକୁ କୁହାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ୟାରେଡ୍ ବେରକେଟିଂ ଏବଂ ପ୍ୟାରେଡ୍ ଗ୍ରାଉଣ୍ଡ କାର୍ଯ୍ୟ କରିବାକୁ କୁାହଯାଇଛି ।

ଜାତୀୟ ପତାକା ମଣ୍ଡପ କୁ ଅଧିକମାତ୍ରାରେ ସୈାଦଯ୍ୟ କରଣ କରିବାକୁ କୁହାଯାଇଛି । ବିଭିନ୍ନ ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶାରିରୀକ କ୍ରିଡା ପରିବେସଣ କରିବାକୁ ଅନୁମତି ଦିଆଯାଇଛି । ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଦୁଇଗୋଟି ଆମ୍ବୁଲାନ୍ସ ସହିତ ସମସ୍ତ ଔଷଧ ଓ ଡାକ୍ତର ଉପସ୍ଥିତ ରହିବା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟାକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲସଂଘର ସଭାପତି କେ.ଶିବାରମ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ , ଗଂଜାମ ପୁଲିସ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଅଷ୍ଟମ ବାଟାଲିୟମର ଆସିଷ୍ଟାଣ୍ଡ କାମଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ, ପ୍ରଫୁଲ କୁମାର ପଟ୍ଟନାୟକ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ ଧଳ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୂର୍ଯ୍ୟ ପଟ୍ଟନାୟକ, କ୍ରିଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ସମାଜସେବୀ ସୟଦ ମୁକ୍ତାର, ବ୍ୟାଙ୍କ ଅଫ୍ ବରୋଦା ର ସହାକାରୀ ଶାଖା ପରିଚାଳକ ସମାପ୍ତି ପଣ୍ଡାଙ୍କ ସମେତ ଛତ୍ରପୁର ଆଖାପଖ ଅଂଚଳ ବହୁ ବୃଦ୍ଧିଜିବୀ, ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟାପକ, କବି ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଞ୍ଚିନାରାୟଣ ପ୍ରଧାନ ପରିଚାଳନା କରିବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here