ଜାତୀୟ ରାଜପଥରେ ଅଟକି ଥିବା ମାଲ ବୋଝେଇ ଟ୍ରକ ଏବଂ ଭାରୀଯାନ ଚଳାଚଳ ପ୍ରସଙ୍ଗ ଜିଲ୍ଲାପ୍ରଶାସନ -ଗ୍ରାମବାସୀ-ପୋର୍ଟ କର୍ତ୍ତୃପକ୍ଷଙ୍କ ତ୍ରିପାକ୍ଷିକ ବୈଠକ

0
69

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଗୋପାଳପୁର ପୋର୍ଟ କୁ ମାଲ ପରିବହନ ନିମନ୍ତେ ଭାରୀଯାନା ଚଳାଚଳକୁ ବିରୋଧ ପ୍ରସଙ୍ଗ ତଥା ଜାତୀୟ ରାଜପଥରେ ଦୀର୍ଘଦିନ ହେଲା ଅଟକି ରହିଥିବା ମାଲ ବୋଝେଇ ଟ୍ରକ ଗୁଡିକ କିପରି ପୋର୍ଟ କୁ ଯିବ ଏହାର ସମାଧାନ ନିମନ୍ତେ ଶୁକ୍ରବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ସମୟ ଆଲୋଚନା ପରେ ମାଲ ବୋଝେଇ ଟ୍ରକ ଗୁଡିକ ଆଜି ରାତ୍ରୀ ଠାରୁ ଗୋପାଳପୁର ପୋର୍ଟକୁ ଛଡାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ଏଥିରେ ବିରୋଧ କରୁଥିବା ଗ୍ରାମବାସୀ ଏକ ପ୍ରକାର ସହମତି ପ୍ରକାଶ କରିଛନ୍ତି । ଆଗକୁ ମାଲ ପରିବହନ ପାଇଁ ଆସୁଥିବା ଭାରୀଯାନ ଗୁଡିକୁ ଠିକ୍ ଭାବେ ଚଳାଚଳ ହେବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି । ଗୋପାଳପୁର ପୋଟ କୁ ଆସୁଥିବା ଭାରୀଯାନ ଗୁଡିକର ପାର୍କିଂ ପାଇଁ ୩ଟ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି । ନିର୍ମଳଝର ଛକ ସ୍ଥିତ ଜାତୀୟରାଜପଥ ଥିବା ଦୁଇଟି ସ୍ଥାନ ଏବଂ ଛତ୍ରପୁର ଜାତୀୟ ରାଜପଥ ଠାରେ ଥିବା ମା ଉଜ୍ୱେଳେଶ୍ୱରୀ ମନ୍ଦିର ନିକଟରେ ଥିବା ସ୍ଥାନକୁ ଚିହ୍ନଟ କାରଯାଇଥିବା କୁହାଯାଇଛି । ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଚାଲୁଥିବା ଏବଂ ରାସ୍ତାର ପ୍ରସାରଣ ହେବା ପର୍ଯ୍ୟନ୍ତ ଯେଉଁ ଅଂଚଳ ଦେଇ ଗାଡି ଗୁଡିକ ଚଳାଚଳ ହେଉଛି ସେହି ଅଂଚଳର କିଛି ଯୁବକ ମାନଙ୍କୁ ସିକ୍ୟୁରିଟ୍ ଫୋସ ମାଧ୍ୟମରେ ନିଯୁକ୍ତି ଦିଆଯିବ । ସେମାନେ ଗାଡି ଚଳାଚଳରେ ସହଯୋଗ କରିବେ । ଏହାସହିତ ଗାଡି ଚଳାଚଳ ହେଉଥିବା ବିଭିନ୍ନ ଗ୍ରାମର ରୋଡ ପାଶ୍ୱର୍ରେ ଥିବା ଘର ଗୁଡିକ ଲୋକମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଗୁରୁତ୍ୱ ଦିଆଯିବ । ପୁରୁଣା ଛତ୍ରପୁର ଠାରୁ ଗୋପାଳପୁର ପୋର୍ଟ ରାସ୍ତାର ଦୁଇପାଶ୍ୱର୍ରେ ଆଲୋକସଜ୍ୟା, ରାସ୍ତା କଡରେ ମୋରମ ପକାଇବା, ରାସ୍ତାର ମରାମତି, ଦୁଇପାଶ୍ୱର୍ରେ ଥିବା ଗଛ ଡାଳ କାଟିବା ଏବଂ ଗାଡି ଚଳାଚଳା ହେଉଥିବା ରାସ୍ତା ଗୁଡିକରେ ଦୁଇ ଟାଇମ୍ ଟ୍ୟାଙ୍କର ମାଧ୍ୟ ପାଣି ପକାଇବା ଉପରେ ଗୋପାଳପୁର ପୋର୍ଟ କାର୍ଯ୍ୟ କରିବ । ଗାଡି ଚଳାଚଳ ହେଉଥିବା ଅଂଚଳ ଏବଂ ପଞ୍ଚାୟତ ଗୁଡିକରେ ଜିଲ୍ଲାପ୍ରଶାସନ ଦ୍ୱାରା ଡିପିଆର କରାଯାଇ ପାନୀୟ ଜଳ, ବିଦ୍ୟୁତ କରଣ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଭିନ୍ନ ଆବଶ୍ୟକୀୟ ଉପରେ ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ କାର୍ଯ୍ୟକରିବେ । ଏହାକୁ ପ୍ରତ୍ୟେକ ୭ଦିନକୁ ଥରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସମୀକ୍ଷା କରିବା ସହ ୧୫ଦିନକୁ ଥରେ ଜିଲ୍ଲାପାଳ ମନିଟରିଂ କରିବେ । ସିଏସଆର ଅନୁସାରେ କଂପାନୀ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ କଣମଣା , କାଳିପଲ୍ଲୀ, ଆର୍ଯ୍ୟପଲ୍ଲୀ ଏବଂ ଶ୍ରୀରାମଚନ୍ଦ୍ର ପଞ୍ଚାୟତ ର ମଧ୍ୟରେ ଏକ ଆଧୁନିକ ଧରଣ ମେଡିକାଲ କରିବା ନିମନ୍ତେ କୁହାଯାଇଛି । ସ୍ପାର୍ଟ ସ୍କୁଲ, ଖେଳ ପଡିଆର ଉନ୍ନତୀ କରଣ, ଥିବା ମେଡିକାଲ କର୍ମଚାରୀ ପୂରଣ କରିବା, ପାନୀୟ ଜଳ ସମସ୍ୟା ଦୂର କରିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କାରଯାଇଥିଲା । ବିଭିନ୍ନ ପାରିପାଶ୍ୱର୍ିକ ସୁବିଧା ନେଇ ଏକ ଆଲୋଚନା କରାଯାଇଛି । ଆନ୍ଦୋଳନକାରୀ ମାନେ ସମସ୍ତ ସୁବିଧା ସହିତ ଅଧିକା ରୁ ଅଧିକ ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦେବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଡି ଯାତାୟତ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ସହିତ ଦୂଷିତ ଜଳବାୟୁ ଖାଉଛୁ । ମାତ୍ର କଂପାନୀ ଓ ବ୍ୟାପାରୀ ଏଠାରେ ମାଲମାଲ ହେବ ଆମକୁ ଉଚିତ ନିଯୁକ୍ତି ଦିଆଯାଉନାହିଁ ବୋଲି ପୁରୁଣା ଛତ୍ରପୁର ଗ୍ରାମ ର କିଛି ଭଦ୍ର ବ୍ୟକ୍ତି କହିଥିଲେ । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ, ଛତ୍ରପୁର ତହସିଲଦା ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଏନ୍. ୱାର୍ଦ୍ଧରାଜୁଲୁ ରେଡ୍ଡୀ, ମୋହନ ରେଡ୍ଡୀ, ବାଦଲ ବେହେରାଙ୍କ ସମେତ ପୁରୁଣା ଛତ୍ରପୁର , ମାଟିଖାଲ ଗ୍ରାମର କିଛି ଜନସାଧାରଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here