ସୁସ୍ଥ ହେଲେ ଓଡିଶାର ଦ୍ୱିତୀୟ କୋରନା ଆକ୍ରାନ୍ତ

0
125

ବ୍ରହ୍ମପୁର (ଓବି ନ୍ୟୁଜ ବ୍ୟୁର) ; କୋରନାକୁ ନେଇ ସାରା ଦେଶ ଆଜି ଭୟଭିତ । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଜନସାଧାରଣଙ୍କୁ ଆସ୍ତସ୍ଥି ଦେବା ଭଳି ଏକ ଘଟଣା ସାମ୍ନା କୁ ଆସିଛି । ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଂଚିଥିବା ବେଳେ ପୂର୍ବରୁ ଜଣେ ଆକ୍ରାନ୍ତ ଏହି ମହାମାରୀ ରୋଗରୁ ମୁକ୍ତି ପାଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଆଜି ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଆକ୍ରାନ୍ତ ଜଣକ ମାର୍ଚ୍ଚ ୧୯ ରେ ଭୁବନେଶ୍ୱର ସ୍ଥିତ ଏଇମସ ହଷ୍ପିଟାଲରେ କରୋନା ରୋଗୀ ଭାବରେ ଚିହ୍ନଟ ହୋଇଥିବା ବେଳେ ସେ ଆଜି ସୁସ୍ଥ ହୋଇ ଘରେ ପହଂଚିଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛନ୍ତି । ରିପୋର୍ଟ ପଜେଟିଭ୍ ଆସିବାର ୧୩ ଦିନ ଭିତରେ ଆକ୍ରାନ୍ତ ଜଣକ ସୁସ୍ଥ ହୋଇଥିବା ଘଟଣା ସାମ୍ନା କୁ ଆସିବା ପରେ ଓଡିଶା ବାସିଙ୍କୁ କିଛିକାଂଶରେ ଆଶ୍ୱସ୍ଥ ମିଳିପାରିଛି । ତେବେ ଆଜି ଆକ୍ରାନ୍ତ ଜଣଙ୍କ ନମୁନା କୁ ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here