ହିଞ୍ଜିଳିକାଟୁ(ଓବି ନ୍ୟୁଜ୍) (ପବିତ୍ର ପାତ୍ର): ହିଂଜିଳିକାଟୁ ନୂଆଁଗଡ଼ ଗ୍ରାମ ଆଡ଼ୁଆ ସାହିର ଗୋପାଳ ସ୍ୱାଇଁ ଓ ପରିବାର ସଦସ୍ୟ ଝିଅକୁ ଘରେ ଏକା ଛାଡ଼ି ଚାଷଜମିକୁ କାମ କରିବା ପାଇଁ ଯାଇ ରାତି ପ୍ରାୟ ୮ ଟାରେ ଘରକୁ ଫେରିଥିଲେ ।
ଘର ମଧ୍ୟରେ ପହଞ୍ଚି ଘରେ ଝିଅକୁ ନପାଇ ସାହି ପଡୋଶୀ ଘରେ ମଧ୍ୟ ଖୋଜିଥିଲେ ତଥାପି କୌଣସି ସନ୍ଧାନ ମିଳିନଥିଲା ଶେଷ ରେ ଉପର ଘରକୁ ଯାଇ ଦେଖିବା ବେଳକୁ ଝିଅର ଝୁଲନ୍ତା ଶବକୁ ଦେଖିଥିଲେ। ମୃତକ ଜଣକ ନାବାଳିକା ଅଟନ୍ତି ଘରର ଛାତ ହୁକରେ ଲୁଗାରେ ଆତ୍ମହତ୍ୟା କରିଥବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି ।