ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ସଦର ବ୍ଲକ ଛକ ନିକଟରେ ଜଣେ ଡ୍ରାଇଭରର ବେପାରୁଆ ଗାଡି ଚାଳଣା ଯୋଗୁ ଏକ ଟାଟା ମେକ୍ସ ଗାଡି ତିନୋଟି ମଟର ସାଇକେଲକୁ ଧକ୍କା ଦେବା ଫଳରେ ଦୁଇ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଏ ନେଇ ସ୍ଥାନୀୟ ଅଚଂଳରେ ଉତେଜନା ପ୍ରକାଶ ପାଇବାସହ ଉତ୍ୟକ୍ତ ଲୋକ ଗାଡି ଡ୍ରାଇଭରକୁ ଉତମ ମଧ୍ୟମ ଦେବା ସହ ପୁଲିସର ଜିମା ଦେଇଥିବା ସୁଚନା ମିଲିଛି ।
ସୁଚନାରୁ ପ୍ରକାଶ ଯେ ୫୭ ନଂ ଜାତୀୟ ରାଜପଥରେ ବଲାଙ୍ଗୀର ପଟୁ ଆସୁଥିବା ଓଡି ୧୭-ଇ-୪୦୭୭ ନଂ ବିଶିଷ୍ଟ ଏକ ଟାଟା ମେକ୍ସ ବେପାରୁଆ ଭାବେ ଆସି ଭିଜିଲାନ୍ସ ଅଫିସ ରାସ୍ତା ନିକଟରେ ଏକ ବାଇକ କୁ ଧକ୍କା ଦେବା ଫଳରେ ବାଇକରେ ଥିବା ମାଁ ପୁଅ ଘୋଷାଡି ଆଣି ପୁଣି ଖସି ଜିବାକୁ ଚେଷ୍ଟା କରୁଥିଲା କିନ୍ତୁ ୁ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ନିକଟ ରାସ୍ତା ରେ ଥିବା ଦୁଇଟି ବାଇକ କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର କିରିକିଚି ପାଲିର ଜୟନ୍ତି ମେହେର ଓ ଟିକ ମେହେର ଆହତ ହୋଇଥିବା ବେଲେ ଟିକ ଗୁରୁତର ଆହତ ହୋଇଥିବା ସୁଚନା ମଳିିବାସହ ସେହିପରି ସେଠାରେ ରାସ୍ତା ପାଶ୍ୱର୍ ବାଇକରେ ବସିଥିବା ବିଜୟ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜିଲ୍ଲା ଡାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ର ନାମ ଅକ୍ଷୟ କଅଁର ଓ ଘର ବୌଦ୍ଧ ଜିଲ୍ଲା ମାଧପୁର ବୋଲି ସୁଚନା ମିଳିଛି ।