ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

0
127

ବ୍ରହ୍ମପୁର ଓବି ନ୍ୟୁଜ୍) : ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୈକୁଣ୍ଠନଗର ବ୍ରହ୍ମପୁର ସଭା କକ୍ଷରେ ଭାରତୀୟ ବିଶେଷଜ୍ଞ ସଂଘ ଗଞ୍ଜାମ ଜିଲ୍ଲା ଏବଂ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ମିଳିତ ଆନୁକୂଲ୍ୟରେ ବିଶ୍ୱସ୍ତନ୍ୟ ସପ୍ତାହ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ବିଶେଷଜ୍ଞ ଡା. ସୁଧାଂଶୁ କୁମାରୀ ମହାନ୍ତି ଯୋଗ ଦେଇ ଶିଶୁଙ୍କୁ ମା’ କ୍ଷୀର ୬ ମାସ ପର୍ଯ୍ୟନ୍ତ ଖୁଆଇବା ଏବଂ ଜନ୍ମ ହେବା ସଙ୍ଗେ ସଙ୍ଗେ କଷ କ୍ଷୀର ଅଧଘଂଟା ମଧ୍ୟରେ ଦେବା, ଏଥି ସହିତ ମା’ ଛୁଆକୁ କ୍ଷୀର ଖୁଆଇବା ବେଳେ କଙ୍ଗାରୁ ଭଳି ଛୁଆଁଙ୍କୁ ଧରି କ୍ଷୀର ଖୁଆଇବା ନିମେନ୍ତ ପରାମର୍ଶ ଦେଇଥିଲେ ।
ବୈକୁଣ୍ଠ ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମେଡ଼ିକାଲ ଅଫିସର ଡା. ବ୍ରଜସୁନ୍ଦର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ନିମନ୍ତେ ମା’ ମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର କେବଳ ଦେବେ, ୬ ମାସ ପରେ ଛୁଆକୁ ମା’ କ୍ଷୀର ସହିତ ଭାତ, ଡ଼ାଲି, ଚୁଡ଼ା ଗୁଣ୍ଡ ପରିପୂରକ ଖାଦ୍ୟ ଦେବାକୁ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ କାର୍ଡ଼ ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ସାହୁ ପରିଚାଳନା କରିବା ସହ ବିଶ୍ୱସ୍ତନ୍ୟ ପାନ ସପ୍ତାହର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏଏନଏମ ଆଶା ଓ ୧୫ରୁ ଅଧିକ ପ୍ରସୂତି ମା’ ଏବଂ ଶିଶୁ ରହିଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇ ଔଷଧ ସହିତ ସୁଷମ ଖାଦ୍ୟ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଏଏନଏମ ସନ୍ଧ୍ୟାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here