ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ପିଛା କରି ଉଦ୍ଧାର କଲେ ଦିଗପହଣ୍ଡି ଥାନା ଅଧିକାରୀ

0
5078

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବପ୍ରସାଦ ରଥ): ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତ ସୂର‌୍ୟ୍ୟନଗର ଅଞ୍ଚଳକୁ ସଂପୂର୍ଣ୍ଣ ସିଲ କରିଥିବା ବେଳେ ଗଳା ବାଟ ଦେଇ ୬ଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳ କୁ ଆସିଥିବା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ।ଶୁକ୍ରବାର ରାତ୍ର ପ୍ରାୟ ୨ ଘଣ୍ଟ ସମୟରେ ଥାନା ଅଧିକାରୀ ଉଦ୍ଧାର କରିବା ପାଇଁ ସଦଳବଳେ ବାହାରିଗଲେ ଉକ୍ତ ଅଞ୍ଚଳକୁ,କିନ୍ତୁ ସେମାନେ ପୋଲିସ ଆସିବା ଜାଣି ପାରି ଏକ ଅଟୋ ଦ୍ଵାରା ଅନ୍ୟ ଏକ ଥାନା ଇଲାକାକୁ ପଳାୟନ ପାଇଁ ଯୋଜନା କରି ଚାଲିଲେ।କୌଶଳ କରି ଥାନା ବାବୁ ସେମାନଙ୍କ ପିଛା କରି ଗୋଡ଼ାଇ ଗୋଡ଼ାଇ ଅନ୍ୟ ଏକ ଥାନା ଇଲାକା ଅଧିନସ୍ଥ ଗ୍ରାମର ଜଣଙ୍କ ଘରେ ଥିବା ବେଳେ ୬ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି କରେଂଟାଇନ ରେ ଥଇଥାନ କରି ଥିଲେ।ଥାନା ଅଧିକାରୀଙ୍କ ଚତୁରତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ଟିକେ ଆଶ୍ୱସ୍ତ ମିଳିଛି ବୋଲି ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here