ବେଗୁନିଆପଡ଼ା ପୁଲିସ ପକ୍ଷରୁ ‘ପରୀ – ୩’ ଅଭିଯାନ ୭ ଶିଶୁ ଶ୍ରମିକ ଉଦ୍ଧାର ।

0
23

ବେଗୁନିଆପଡା (ଓବି ନ୍ୟୁଜ୍) (ଗାୟତ୍ରୀ ଦେବୀ) ; ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ‘ପରୀ-୩’ ଅଭିଯାନରେ ଆଜି ବେଗୁନିଆପଡ଼ା ପୁଲିସ ବେଗୁନିଆପଡ଼ା ର ବିଭିନ୍ନ ଅନୁଷ୍ଠାନରେ ଚଢାଉକରି ୭ ଜଣ ନାବାଳକକୁ ଉଦ୍ଧାର କରିଛି । ଆଜି ପୂର୍ବାହ୍ନରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କଞ୍ଚଣା ଛକ ର ଏକ ମୋଟର ଗ୍ୟାରେଜ୍, ବେଗୁନିଆପଡ଼ାର ଦୁଇଟି ହୋଟେଲ, ଏକ ଟାଇଲ୍ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନରୁ ୭ ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରି ଫାଣ୍ଡିକୁ ଆଣି ତାଙ୍କ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରିଛନ୍ତି । ଏହା ସହିତ ଏହି ଶ୍ରମିକ ମାନଙ୍କୁ କାମରେ ନିୟୋଜିତ କରିଥିବା ମାଲିକ ଙ୍କ ପାଇଁ କେଉଁ ଦଣ୍ଡ ବ୍ୟବସ୍ଥା ହେବ ତାହା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ଅନୁସାରେ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here