ଟ୍ରେନ ଧକ୍କାରେ ଦାଦନ ଶ୍ରମିକ ମୃତ୍ୟୁ ।

    0
    108

    ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ରମ୍ଭା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ରାତ୍ରରେ ଟ୍ରେନ ଧକ୍କାରେ ଜୈନିକ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ଗଞ୍ଜାମ ବ୍ଲକର ୟୁଡିଏସ୍ ପୁର ପଞ୍ଚାୟତ ର ବେଣି ଗୋହିରୀ ଗ୍ରାମର ଏସ .ଗୌରାଙ୍ଗ ରେଡି ଙ୍କ ପୁତ୍ର ଏସ.ବଳରାମ ରେଡି(୨୩) । ଖବର ପାଇ ରେଳ ବିଭାଗ ପୋଲିସ ଘଟଣା ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଯୁବକ ଜଣ ଙ୍କ ର ବାପା ବିକଳାଙ୍ଗ ହୋଇଥିବାରୁ ତାଙ୍କ ଉପରେ ପରିବାର ର ବୋଝ ଯୋଗୁଁ ସେ ପାଠ ପଢା ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯାଉଥିଲେ । ଶୁକ୍ରବାର ରମ୍ଭା ରେଳଷ୍ଟେସନ କୁ ଲାଇନ ପାର ହୋଇ ଯାଉଥିବା ବେଳେ ତାଙ୍କ ଉପରେ ଟ୍ରେନ ଚଢି ଯାଇଥିଲା । ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ଏବଂ ମୃତକ ଙ୍କ ବାପା ବିକଳାଙ୍ଗ ହୋଥିବାରୁ ରୋଜଗରିଆ ପୁଅ ମୃତ୍ୟୁ ହୋଯାଇଥିବା ଯୋଗୁଁ ତାଙ୍କ ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ଦେବାପାଇଁ ଏନେଇ ୟୁଡିଏସ୍ ପଂଚାୟତ ସରପଞ୍ଚ ସଦାଶିବ ଦାଶ ଦାବି କରିଛନ୍ତି ।

    LEAVE A REPLY

    Please enter your comment!
    Please enter your name here