ବେହେରା ଦନ୍ତେଶ୍ବରୀ ମନ୍ଦିରରୁ ଚୋରି

0
33

ଧର୍ମଗଡ (ଓବି ନ୍ୟୁଜ୍) (ସୁଧୀର କୁମାର ଗୋପାଳ) ;କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଓ କୋକସରା ଥାନା ଅନ୍ତର୍ଗତ ବେହେରା ଦନ୍ତେଶ୍ବରୀ ମନ୍ଦିରର ତାଳା ଭାଙ୍ଗି ଦୁର୍ବୁତମାନେ ମନ୍ଦିରର ସୁନାଅଳଙ୍କାର ଚୋରିକରି ନେଇ ଯାଇଛନ୍ତି । ତା ସହ ମାଁ ଙ୍କ ଆଖିକୁ ମଧ୍ୟ ଖୋଲି ନେଇ ଯାଇଛନ୍ତି । ଗାଅଁର କିଛି ଲୋକ ସେଇ ରାସ୍ତା ଦେଇ ଯାଉଥିବା ବେଳେ ମନ୍ଦିର ଖୋଲା ଥିବା ଦେଖି ଗାଅଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକ ଏ ଖବର ଶୁଣି ଆସି ଚୋରି ହୋଇଥିବାର ଦେଖି କୋକସରା ପୋଲିସକୁ ଖବର ଦେବାରୁ କୋକସରା ପୋଲିସ ଆସି ଉକ୍ତ ଘଟଣାର ଖୋଳତାଡ କରୁଛି । ମନ୍ଦିର ପୂଜାରୀ କହିବା ମୁତାବକ ଅନୁସାରେ ୫ଭରି ସୁନା ଓ ରୂପା ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here