୧୦୧ ଏସଏଚଜି ଙ୍କୁ ମିଳିଲା ବ୍ୟାଙ୍କ ଋଣ

0
56

ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) ; ମହିଳା ଏସଏଚଜି ଙ୍କୁ ସ୍ବାବଲମ୍ବି କରିବା ଉଦ୍ଦେଷ୍ ନେଇ ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ସଭାଗୃହ ଠାରେ ଗୁମ୍ମା ବ୍ଲକର ୧୦୧ ଟି ମହିଳା ଏସଏଚଜି ଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓଡିଶା ଜୀବିକା ମିଶନ ର ମିଳିତରେ ଋଣ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅନୁପମ ଶାହା ଏଥିରେ ଯୋଗ ଦେଇ ପ୍ରତ୍ୟେକ ମହିଳା ଗ୍ରୁପ କୂ ଦେଢ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । । ଋଣ ଟଙ୍କାର ସୁବିନିଯୋଗ କରି ଆତ୍ମନିର୍ଭରଶୀଳ ହେବା ସହ ଠିକ ସମୟରେ ଋଣ ପରିଶୋଧ କରି ବ୍ୟାଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିଆରଡିଏ ପ୍ରକଳ୍ପ ନିଦ୍ଦେର୍ଶକ ଚଞ୍ଚଳ ରାଣା, ଷ୍ଟେଟ ବ୍ୟାଙ୍କ ଜେନେରାଲ ମେନେଜର ବିଜୟ କୁମାର କୁଜୁର୍ , ବ୍ରହ୍ମପୁର ଡିଜିଏମ ସୁନୀଲ ଭତୁର୍ ଖାଇନର ଗୁମ୍ମା ବିଡିଓ ନଟବର ଗରଡ଼ , ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ , ଉପାଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ ଏବଂ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ମଞ୍ଚ।ସିନ ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଏସଏଚଜି ଗ୍ରୁପର ବିକାଶ ପାଈଁ ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏଠାରେ ଯେଉଁ ଦେଢ ଲକ୍ଷ ଟଙ୍କା ଲେଖାଏଁ ଋଣ ଟଙ୍କା ପ୍ରଦାନ କରାଯାଇଛି , ସେଥିରେ କମ ସୁଧରେ ଋଣ ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ ଅଧିକାରୀ ମାନେ କହିଥିଲେ । ଏତଦ ବ୍ୟତିତ ବ୍ଲକ-ଅଂଚଳ ଗୁଡ଼ିକରେ ମଧ୍ୟ ଓଡିଶା ଜୀବିକା ମିଶନ ଶକ୍ତି ଜରିଆରେ ମଧ୍ୟ ଏହାର ଉଚିତ ତଦାରଖ କରାଯାଇ ଋଣ ପ୍ରଦାନ କରାଯାଉଛି ବୋଲି ବ୍ୟାଙ୍କ ଅଧିକାରୀ ମାନେ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାୟଗଡ ଜୋନର ଆଞ୍ଚଳିକ ପରିଚାଳକ ମନୋରଞ୍ଜନ ପ୍ରଧାନ , ଗୁମ୍ମା ବ୍ରାଞ୍ଚ ମେନେଜର ରଶ୍ମିକାନ୍ତି ଜେନା , ସେରଙ୍ଗ ବ୍ରାଞ୍ଚ ମେନେଜର ଏ ପ୍ରସନ୍ନ କୁମାର ପାତ୍ର ,, ଜୀବିକା ମିଶନର ଅଧ୍ୟକ୍ଷ ଅଭିଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here