ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା କୃଷକ ସଭା ଓ ଓଡିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ କୃଷକ ମାନଙ୍କ କୃଷି ଋଣ ଛାଡ଼, କୃଷକ ମାନଙ୍କୁ ପେନସନ ଏବଂ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରିବା ପ୍ରଭୃତି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏହି ଦାବି ଗୁଡିକୁ ନେଇ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁଙ୍କୁ ରାଷ୍ଟ୍ରପତିଙ୍କ ଉଦେଶରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଈତଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମଞ୍ଚ ଓ କୃଷକ ସଭାର କର୍ମୀ ମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ (୧) କୃଷକ ଓ କୃଷି ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ଋଣ ବୋଝରୁ ମୁକ୍ତି କରାଯାଉ (୨)ଏମଏସ ସ୍ୱାମୀନାଥ ନ କମିଶନଙ୍କ ଶୁପାରିସ୍ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ଉତ୍ପାଦନ ଖର୍ଚର ଦେଢଗୁଣ ପ୍ରଦାନ କରାଯାଉ (୩) କୃଷି ଉତ୍ପାଦନ ସମ୍ପର୍କୀୟ ବିନିଯୋଗ ଖର୍ଚ୍ଚ ହ୍ରାସ ପାଈଁ ବିହନ , ସାର କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ସମେତ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରାଯାଉ (୪) ଗରିବ–ମଧ୍ୟମ ଏବଂ କୃଷି ଶ୍ରମିକ ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ କରାଯିବା (୫) ପ୍ରକୃତ କୃଷକଙ୍କ ଜମିଜମା ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବା ଏବଂ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କୂ ଅଧିକାର କରାଯାଉ (୬) ସମସ୍ତ ପ୍ରକାର ଫସଲକୁ ଅନ୍ତର୍ଭୁକ୍ କରି ଏବଂ ଆୟର କ୍ଷତିକୁ ଆକଳନ କରି ଏକ କୃଷକ ସପକ୍ଷବାଦି ବ୍ୟାପକ ଫସଲବୀମା ଯୋଜନା କାର୍ୟ୍ୟକାରୀ କରାଯିବା (୭) କୃଷକ ପରିବାରର ସ୍ବାସ୍ଥ୍ୟବୀମା ଯୋଜନା ଏବଂ ପଶୁସମ୍ପଦବୀମା ଯୋଜନାକୁ ସୁନିଶ୍ଚିତ କରାଯିବା ଏବଂ(୮) ପ୍ରାକୃତିକ ବିପର୍ୟୟ ଜନିତ କ୍ଷତିପୁରଣ ପରିମାଣ ବୃଦ୍ଧି କରାଯିବା ସହ ଏହି ସଂକ୍ରାନ୍ତୀୟ ସମସ୍ତ ବକେୟା କ୍ଷତିପୁରୄଣ ଅର୍ଥରାଶି ତୁରନ୍ତ ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ।