ମୋହନାରେ ୫୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ

0
235

ମୋହନା (ଓବି ନ୍ୟୁଜ୍) (ସୁବିତ୍ କୁମାର ନାୟକ) ; ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ, ଗତକାଲି ମୋହନା ଥାନା ଆଇ ଆଇ ସି ସୁଜିତ୍ ନାୟକଙ୍କ ସମେତ ପୋଲିସ କର୍ମଚାରୀ ବ୍ଳକିଂ ଚାଲୁଥିବା ସମୟରେ କେନ୍ଦୁଗୁଡ଼ା ଗ୍ରାମରୁ ବ୍ରହ୍ମପୁର ଦେଇ ନମ୍ବର ଓଡି୦୭ କ୍ୟୁ ୪୪୫୦ ବୋଲେରୋ ପିକ ଅପ୍ ଭ୍ୟାନ ଦ୍ରୁତ ଗତିରେ ଯାଉଥିଲା । ମୋହନା ପୋଲିସ ବୋଲେରୋ ଟିକୁ ସନ୍ଦେହ କରି ଇଣ୍ଟର୍ଷିପ୍ଟ କରି ରାଇସିଂଗ୍ ଛକରେ ବୋଲେରୋ ଟିକୁ ଧରିଥିଲେ । ବୋଲେରୋ ଟିକୁ ଯାଞ୍ଚ କରିବାବେଳେ ସେଥିରୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ସେଥିରେ ୩ ବସ୍ତା ଗଞ୍ଜେଇ ଥିଲା ଓ ୩ ଜଣ ବ୍ୟକ୍ତି ଥିଲେ, ସେମାନେ ହେଲେ – ୧. ଇସାକ୍ ମାଝୀ , ଗ୍ରାମ – ଜାମୁଗୁଡ଼ା , ଥାନା – ଉଦୟଗିରି ୨. ସନ୍ତୋଷ କୁମାର ବିଶାଳ , ଗ୍ରାମ – ରାଇକିଆ , ଜିଲ୍ଲା – କନ୍ଧମାଳ ୩. କବିବଡ଼ିକ , ଗ୍ରାମ – ସୁନ୍ଧିରିଗୁଡା , ଥାନା – ପଦ୍ମପୁର , ଜିଲ୍ଲା – ରାୟଗଡ଼ା, ଗଞ୍ଜେଇର ସମୁଦାୟ ଓଜନ ୫୯ କିଲୋ ୫୦୦ ଗ୍ରାମ ଓ ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । ଏହି ୩ ଜଣଙ୍କୁ ଗିରଫକରି ମୋହନା ଆଇ ଆଇ ସି ସୁଜିତ୍ ନାୟକ କେସ ନମ୍ବର ୧୩୨ ଅଣ୍ଡର ସେକ୍ସନ ୨୦(ବି) (ସ ସ) (ସି)/୨୫/୨୯ ଏନଡିପିଏସ୍ ଆଧାର ଆକ୍ଟରେ ଲଗାଯାଇ ମୋହନା ପୋଲିସ କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here