ହନୁମାନ ମୁଦ୍ରା ସହ ୪ ଗିରଫ୍ ।

0
235

ବ୍ରହ୍ମପୁର (ଓବି ନ୍ୟୁଜ୍) (ଅମର କୁାମର ଦାଶ) ; ବ୍ରହ୍ମପୁର ବୈ÷ଦ୍ୟନାଥପୁର ଥାନା ପକ୍ଷରୁ ହନୁମାନ ମୁଦ୍ରା ଦେଖା ଲୋକଙ୍କୁ ଠକୁଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ସହରରେ କିଛି ଦିନ ଧରି ଲୁଟେରା ଓ ଅପରାଧିମାନେ ସକ୍ରିୟ ହୋଇଉଠିଥିବାରୁ ସେମାନଙ୍କୁ ଦମନ କରିବା ପାଇଁ ସହରର ବିଭିନ୍ନ ଛକ ଓ ପ୍ରବେଶ ପଥ ରେ ପୋଲିସ୍ ପକ୍ଷରୁ ଯାନବାହାନ ର ଯାଂଚ ଚାଲିଛି । ଗତକାଲି ଗୋପାଳପୁର ଜଙ୍କସନ ରେ ଏକ ସ୍କର୍ପିଓ ଗାଡି ଯାଂଚ ସମୟରେ ପୋଲିସ୍ ହନୁମାନ ଚିତ୍ର ଖଚିତ ମୁଦ୍ରା ଜବତ କରିବା ସହ ଏକ ନକଲି ପରିଚୟ ପତ୍ର ଜବତ କରିଥିଲା । ପୋଲିସ୍ ୪ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଗାଡି ଓ ମୁଦ୍ରାକୁ ଜବତ୍ କରିଛି । ଏପରି ଅନ୍ୟ ଦୁଇଟି ଗାଡିରୁ କିଛି ଟଙ୍କା ଜବତ୍ ହୋଇଥିବା ବେଳେ ପୋଲିସ୍ ପକ୍ଷରୁ ତାହାର ଯାଂଚ ଚାଲିଛି ।

LEAVE A REPLY

Please enter your comment!
Please enter your name here