ରେଡକ୍ରସ ସହଯୋଗ ପାଇଁ ମ୍ୟାଜିକ୍ ସୋର ଆୟୋଜନ ହେବ

0
21

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଛତ୍ରପୁର ସହରରେ ମନୋରଂଜନ ପାଇଁ ସ୍ଥାନୀୟ ବିଜ୍ଞାପିତ ଅଂଚଳର କଲ୍ୟାଣ ମଣ୍ଡପ ଠାରେ ମ୍ୟାଜିକ୍ ସୋ ରେ ଆୟୋଜନ କରାଯାଇଛି । ଅଗଷ୍ଟ ୫ତାରିଖ ଠାରୁ ୧୮ତାରିଖ ପର୍ଯ୍ୟନ୍ତ ୧୪ଦିନ ବ୍ୟାପି ଏହା ପ୍ରଦର୍ଶନ ହେବ । କୋରାପୁଟର ପ୍ରସିଦ୍ଧ ଯାଦୁଗର ଏସ.କୁମାର ଏହାକୁ ପ୍ରଦର୍ଶନ କରାଇବେ । ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୮.୩୦ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥିପାଇଁ ଟିକଟ ମୂଲ୍ୟ ଯଥା କ୍ରମେ ୧୫୦, ୧୦୦ ଓ ୭୦ଟଙ୍କା ରଖାଯାଇଛି । ସଂଗୃହୀତ ଅର୍ଥରୁ ଅର୍ଦ୍ଦେକ ଜିଲ୍ଲା ରେଡକ୍ରସ ପାଇଁ ହେବ ଏବଂ ଅବଶିଷ୍ଟ ଆୟୋଜନ କାରୀ ପାରିଶ୍ରାମିକ ଭାବେ ପାଇବେ । ଜନସଧାରଣ ଏହାର ସୁଯୋଗ ନେବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here