ଜାତୀୟ କୃମି ନାଶକ ଦିବସ ଅବସରରେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ

1
180

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୮ ତାରିଖରେ ସମଗ୍ର ଜିଲ୍ଲାରେ ପାଳନ କରାଯିବ । ଜିଲ୍ଲାର ଏକ ବର୍ଷରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୭ଲକ୍ଷ ୩୪ହଜାର ୧୨୦ପିଲାଙ୍କୁ କୃମି ନାଶକ ଔଷଧ ଖୁଆଇବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଅଗଷ୍ଟ ୮ତାରିଖରେ ଶିକ୍ଷକ ମାନେ ନିଜେ ଦାୟିତ୍ୱ ସେବନ କରିବାର ବ୍ୟବସ୍ଥା କରିବେ । ସେହିପରି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଙ୍ଗନବାଡି କର୍ମୀମାନେ ମଧ୍ୟ ପିଲାଙ୍କୁ ଔଷଧ ଖୁଆଇବେ । ଏହି ପରିପ୍ରେକ୍ଷୀ ଆଜି ଛତ୍ରପୁର ବ୍ଲକର ଏକ ବର୍ଷ ରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ କୃମି ନାଶକ ଔଷଧ ଖୁଆଇବା ଏଥିନିମନ୍ତେ ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଏ.ତୁନଜା ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ । କୃମି ନାଶକ ଔଷଧ ସେବନ ଛଡା ଅନ୍ୟାନ୍ୟ ପଦକ୍ଷେପ ଯାହା କୃମି ସଂକ୍ରମଣରୁ ଦୂରେଇ ରଖିବ ଯଥା- ନିଜ ନଖ ପରିଷ୍କାର ଓ ଛୋଟ ରଖିବା, ସର୍ବଦା ବିଶୁଦ୍ଧ ଜଳ ପାନୀୟ ଭାବେ ବ୍ୟବହାର କରିବା, ଖାଦ୍ୟ ଘୋଡେଇ ରଖିବା, ବ୍ୟବହାର ପୂର୍ବରୁ ପରିଷ୍କାର ପାଣିରେ ଖାଦ୍ୟ ଓ ପନିପରିବା ଧୋଇବା , ଖାଇବା ପୂର୍ବରୁ ଶୈାଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା, ନିଜ ପରିବେଶ ନିର୍ମଳ ରଖିବା, ଜୋତାର ବ୍ୟବହାର କରିବା, ଖୋଲାରେ ମଳତ୍ୟାଗ ନକରି ସର୍ବଦା ଶୈାଚାଳୟ ବ୍ୟବହାର କରିବା ଉପରେ ମଧ୍ୟ ଲୋକମାନଙ୍କୁ ସଚେତନତା କରିବା ଉପରେ ଆଲୋଚନା ହୋଇଥିଲ।। ଏହି ବୈଠକରେ ମୁନିଷିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚ୍ଇଓ ବରୁଣ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିପିଏମ୍ ସିମାଞ୍ଚଳ ପ୍ରଧାନ କାର୍ଯ୍ୟକ୍ରମ ସଂପର୍କ ବିବରଣୀ ପାଠ କରିଥିବା ବେଳେ ପୁର୍ଣ୍ଣ ଚନ୍ଦ୍ର ବେହୋର ସହ ଯୋଗକରିଥିଲେ । ଏହି ବୈଠକରେ ଶିକ୍ଷା , ଆଇସିଡିସି କର୍ମଚାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମଧ୍ୟ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।।

1 COMMENT

  1. Thank you so much to OB NEWS for an awareness towards community for a better health. Special thanks to mr prasant maharana for guide us to expand the health services.

LEAVE A REPLY

Please enter your comment!
Please enter your name here