ହୃଦୟ ଦେଇ ଜୀବନ ଦେଲା ପ୍ରେମିକା

0
311

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ପ୍ରେମରୁ ପ୍ରତାରିତ ହୋଇ ଜୀବନ ହାରିଛନ୍ତି ପ୍ରେମିକା । ଆଜିର ଦୁନିଆରେ ଏହା କିଛି ନୂଆ କଥା ନୁହଁ । ଏଣୁ ଏପରି ଅଘଟଣକୁ ରୋକିବା ପାଇଁ ସବୁଠି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଏପରି ଧୋକା ଦେଉଥିବା ପ୍ରେମିକକୁ ଦଣ୍ଡିତ କରିବା ପାଇଁ ଆଇନ ମଧ୍ୟ ରହିଛି । ତଥାପି ଘଟୁଛି ଏପରି ଅଘଟଣ । ପ୍ରତାରିତ ଓ ଲାଂଛିତ ହୋଇ ମୃତ୍ୟୁର ପଥକୁ ବାଛି ନେଉଛନ୍ତି ପ୍ରେମିକା ମାନେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଥାନା ଅଂଚଳରେ । ଏହି ଅଂଚଳର ଜଣେ ଯୁବତୀ ଭଲ ପାଉଥିଲା ନିଜ ଅଂଚଳର ଜଣେ ଯୁବକକୁ । କଥାରେ କଥାରେ ଦୁହେଁ ଦୁହିଁଙ୍କର ନିଜର ହୋଇଗଲେ । ଯୁବକର ପ୍ରେମ ଫାସରେ ବାନ୍ଧି ହୋଇଗଲା ଯୁବତୀ ଜଣକ । ପ୍ରେମିକ ପ୍ରେମିକା ହୋଇ ଘୁରି ବୁଲିଲେ ଦୁହେଁ । ହେଲେ ନିଜର ସ୍ୱାର୍ଥ ସାଧନ ପରେ ପ୍ରେମିକାକୁ ଏଡାଇ ଦେଇ ଖସି ଯାଇଥିଲା ପ୍ରେମିକ ଜଣକ । ଅପେକ୍ଷା କରି କରି ଶେଷରେ ପ୍ରେମିକା ଜଣକ ଯାଇଥିଲେ ତାଙ୍କ ପ୍ରେମିକ ଘରକୁ । ସେଠି କିନ୍ତୁ ତାଙ୍କୁ ମାଡ ମାରି ତଡିଦେଇଥିଲେ ସେମାନେ । ଏନେଇ ଯୁବତୀର ପରିବାର ପକ୍ଷରୁ ଥାନାରେ ଏତାଲା ମଧ୍ୟ ହୋଇଥିଲା । ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଯୁବତୀ ଜଣକ ଦଉଡି ଦେଇ ଆତ୍ମହତ୍ୟା କଲେ । ପୋଲିସ୍ ଖବର ପାଇ ମୃତ ଦେହକୁ ଉଦ୍ଧାର କରିଛି । ହେଲେ ଗୋଟାଏ ପଟେ ପୋଲିସ୍ ର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅନ୍ୟ ପଟେ ଯୁବକର ପରିବାର ଲୋକ ଫେରାର ହୋଇଯାଇଥିବା ଜଣାପଡିଛି । ଆଗକୁ ହୁଏତ ଦୋଷୀ ପୋଲିସ୍ ହାତରେ ଧରାପଡିପାରନ୍ତି ଅଥବା ଆଇନର ଫାଙ୍କରେ ଖସିଯାଇପାରନ୍ତି । ହେଲେ ଏପରି ଅଘଟଣର ପୁର୍ଣ୍ଣଛେଦ କେବେ ପଡିବ ତାହାହିଁ ସମ୍ବେଦନଶୀଳ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here