ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ପାଢୀ) ; ଆଜି ଜି.ଉଦୟଗିରି ରେ ହାଟ ହୋଇଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ନିର୍ଦ୍ଦେଶରେ ସହରର ଉଠା ଦୋକାନ ମାନଙ୍କରେ ପଲିଥିନ୍ ରଖିଥିବା ଖବର ପାଇ ଚଢ଼ାଉ କରାଯାଇଥିଲା। କେତକ ଦୋକାନ ରୁ ଅଳ୍ପ ପଲିଥିନ୍ ମିଳିଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶେଷଥର ପାଇଁ କ୍ଷମା କରି ଆଗକୁ ଭୁଲ କଲେ କାର୍ଯ୍ୟା ନୁଷ୍ଠାନ ନିଆଯିବ ବୋଲି ସତର୍କ କରିଥିଲେ ।ଉକ୍ତ ଚଢ଼ାଉରେ ଅଧିକାରୀଙ୍କୁ ପରିଷଦର ସତ୍ୟ ପ୍ରକାଶ ମହାପାତ୍ର, ନୀଳକଣ୍ଠ ନାୟକ, ସୁରେନ ବିଷୋୟୀ, ନରୋତ୍ତମ ସାହୁ, ନିରଞ୍ଜନ ସାହୁ, ଓ ଗଣେଶ ଜେନା ସହଯୋଗ କରିଥିଲେ।