ନବରଙ୍ଗପୁର (ଓବି ନ୍ୟୁଜ) (ଟୁଟୁ ପଟ୍ଟନାୟକ) ;ନବରଙ୍ଗପୁର ଜିଲ୍ଲାରେ ଲେମନ ଗ୍ରାସ ଚାଷର ଉତ୍ପାଦନ ବଢାଇବା ପାଇଁ ଚାଷୀମାନଙ୍କୁ ପ୍ରଶାସନ ପକ୍ଷରୁ ଲେମନ ଗ୍ରାସ ଚାରା ବଣ୍ଟନ କରାଯାଇଛି । ଜିଲ୍ଲାର ପାଞ୍ଚଜଣ ଚାଷୀ ଙ୍କୁ ଏଥିପାଇଁ ୨ ଲକ୍ଷ ଲେମନ ଗ୍ରାସ ଚାରା ବଣ୍ଟନ କରାଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ପାଞ୍ଚ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ ଏହି ଚାରା ଗୁଡିକ ବଣ୍ଟନ କରାଯାଇଛି। କୃଷି ବିଭାଗ ଦ୍ଵାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ଚାଷ ପାଇଁ ଚିହ୍ନଟ ହୋଇଥିବା ଚାଷୀମାନଙ୍କୁ ଚାରାଗୁଡିକ ପ୍ରଦାନ କରାଯାଇଛି ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଏହି ଲେମନ ଗ୍ରାସ ଚାରା ବଣ୍ଟନ କରାଯାଇଥିବା ବେଳେ ଏହାର ଏହାର ସଫଳତା ପରେ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ଏହି ଚାରା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗଦେଇ ଚାଷୀମାନଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଏଥିପାଇଁ ଚାଷୀଙ୍କୁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ସେ କହିଥିଲେ ।