ଦିଗପହଣ୍ଡି (ଓବି ନ୍ୟୁଜ)(ଶିବ ପ୍ରସାଦ ରଥ) ; ଦିଗପହଣ୍ଡି ବ୍ଳକ ପଦ୍ମନାଭ ପୁର ଗ୍ରାମର ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଗତ ଶୁକ୍ରବାର ରାତିରେ ଚୋରମାନେ ଗୋଦାମଘର ଚାବି ଭାଙ୍ଗି ନଗଦ ୨ ହଜାର ଟଙ୍କା ଓ କିଛି ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ସବୁଦିନ ଭଳି ଶନିବାର ଦିନ ଭକ୍ତମାନେ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିବା ବେଳେ ଦେଖିବାକୁ ପାଇଲେ ଯେ ଚାବି ଭଙ୍ଗାଯାଇଛି ଏବଂ ଜିନିଷପତ୍ର ଏଣେତେଣେ ପଡିରହିଛି।ଏହା ଦେଖି କମିଟିବୃନ୍ଦଙ୍କୁ ଜଣାଇଥିଲେ, କମିଟି ମାନେ ପହଞ୍ଚି ପୋଲିସକୁ ଖବର କରାଗଲା ।ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ଅଞ୍ଚଳରେ ଚୋର ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ।