ଅସାଧୁ ବ୍ୟକ୍ତିଙ୍କ କଳାକାରନାମା

0
298

ବ୍ରହ୍ମପୁର (ଓବି ନ୍ୟୁଜ୍) (ଅମର କୁମାର ଦାଶ) ; ଆଇନକୁ ଯେତେ କଡାକଡି କରାଗଲେ ବି ତାର ଫାଙ୍କରେ ଗଳିଯାଉଛନ୍ତି ଅସାଧୁ ବ୍ୟବସାୟୀମାନେ । ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ସେମାନଙ୍କୁ ପହଂଚାଇଦେଉଛି ଅସାଧୁ ଓ ବେଆଇନ ଉପାୟରେ ଅର୍ଥ ଉପାର୍ଜନ ପାଇଁ । ଏଣୁ କିଏ ଖାଦ୍ୟ ସାମଗ୍ରିରେ ଅପମିଶ୍ରଣ କରି ବିକ୍ରିକରୁଛି ତ ଆଉ କିଏ ବେଆଇନ ପାନ ମସଲା ବିକ୍ରି କରି ମୁନାଫା କମାଉଛି । ଏପରି ଘଟଣା ସଂପର୍କରେ ପୋଲିସ୍ ପ୍ରଶାସନ ଅବଗତ ହେବା ବେଳକୁ ନେଡି ଗୁଡ କହୁଣିକୁ ବୋହିଯିବା ନ୍ୟାୟରେ ଏହି ଅସାଧୁ ବ୍ୟବସାୟୀମାନେ ନିଜ କଳା କାରନାମା ସାମ୍ରାଜ୍ୟର ଚେର ବିସ୍ତାର କରିସାରିଥାନ୍ତି । ଧର୍ମକୁ ଆଖି ଠାର କରି ଗିରଫ୍ ହୁଅନ୍ତି ସତ ହେଲେ ଜାମିନ୍ ରେ ଗଲା ପରେ ପୁଣି ଥରେ ମାତିଯାଇଥାନ୍ତି ସେହି ପୁରୁଣା କାରବାରରେ ।
ପୋଲିସ୍ କୁ ଅନେକ ସମୟରେ ଏହି କ୍ଷେତ୍ର ରେ ବହୁ ସଫଳତା ମିଳିଛି । ପୋଲିସ୍ ର ବାରମ୍ବାର ଚଢାଉ ଫଳରେ କିଛି କାରବାର ମଧ୍ୟ କମିଛି । ଆଜି ବ୍ରହ୍ମପୁର ବଡବଜାର ଓ ସଦର ଥାନା ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯିବା ସହ ଏହି ବ୍ୟବସାୟ ଚଳାଉଥିବା ନାରାୟଣ ସାହୁ,କିଶାନ ସାହୁ ଓ ସେମାନଙ୍କ ସହେଯାଗୀ ଙ୍କୁ ପୋଲିସ୍ ଗିରଫ୍ କରିଥିବା ସଂପର୍କରେ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ବୋରିଗାଁ ଓ ବନ୍ଥପଲ୍ଲୀ ରେ ଚାଲିଥିବା ଗୁଟଖା ପ୍ରସ୍ତୁତି କାରଖାନାକୁ ପୋଲିସ୍ ୩୨ ବସ୍ତା ଗୁଟଖା ଅନ୍ୟାନ୍ୟ ମେସିନ୍ ସରଞ୍ଜାମ ଜବତ୍ କରିଛି ।

LEAVE A REPLY

Please enter your comment!
Please enter your name here