ବୃକ୍ଷର ପ୍ରେମରେ ଯୋଡି ହେଲେ ସମସ୍ତେ

0
177

ବ୍ରହ୍ମପୁର (ଓବି ନ୍ୟୁଜ୍) ; ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ । ସବୁ ମହଲରେ ସବୁ ବର୍ଗରେ ଏ ଦିବସକୁ ସମସ୍ତେ ପାଳନ କରିଥାନ୍ତି । ହେଲେ ବ୍ରହ୍ମପୁରରେ ଏକ ନିଆରା ଢଙ୍ଗରେ ପାଳନ ହୋଇଛି ଏହି ଦିବସ । ଏହି ଅବସରରେ ବିଭିନ୍ନ ସ୍ଥ।।ନରେ ଥିବା ବୃକ୍ଷର ପୁଜାର୍ଚ୍ଚନା କରାଯିବା ସହ ସେଥିରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବନ୍ଧାଯିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ପିଲାଟିଏ ଗଛଟିଏ ସ୍ଲୋଗାନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଂଯୋଜନାରେ ଆଜି ଏଥିପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟ ଆର୍ଯ୍ୟଭଟ ଫାଉଣ୍ଡେସନ ର ସଦସ୍ୟ ବିଡିଏ ଓ ବିଏମସି କର୍ତ୍ତୁପକ୍ଷଙ୍କ ସମେତ ସ୍କୁଲ କଲେଜର ଏନସିସି ସ୍କାଉଟ ଛାତ୍ରଛାତ୍ରୀ ଯୋଗ ଦାନ କରିଥିଲେ । ରାମଲିଙ୍ଗେଶ୍ୱର ବନ୍ଧ ପାଶ୍ୱର୍ରେ ଥିବା ଶିବ ମନ୍ଦିର ପରିସରରେ ରହିଥିବା ପୁରାତନ ଗଛଗୁଡିକର ପୂଜାର୍ଚ୍ଚନା ସହ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ପାଇଁ ସମସ୍ତେ ଶପଥ ନେଇଥିଲେ । ଏହାପରେ ମହାନଗର ନିଗମ ପରିସରରେ ବୃକ୍ଷରୋପଣ କରାଯିବା ପରେ ଏକ ସଚେତନତା ପଟୁଆର ନଗର ପରିକ୍ରମା କରିଥିଲା । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର,ଜିଲ୍ଲା ଶିକ୍ଷା ଅଧୀକାରୀ ସନାତନ ପଣ୍ଡା,ଆର୍ଯ୍ୟଭଟ ଫାଉଣ୍ଡେସନ ର ମୁଖ୍ୟ ସୁଧୀର ରାଉତ ପ୍ରମୂଖ ଉପସ୍ଥିତ ରହି ମାନବ ସମାଜ ଓ ପରିବେଶକୁ ବଂଚାଇ ରଖିବାକୁ ହେଲେ ବୃକ୍ଷର ଆବଶ୍ୟକତା ରହିଛି ବୋଲି ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here