ପୁରୁଷୋତମପୁର(ଓବି ନ୍ୟୁଜ)(ସୁନିଲ କୁମାର ସାହୁ): ଗଛରେ ଲୁଗା ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସକାଳୁ ସକାଳୁ ଗୋବିନ୍ଦପୁର ପଂଚ ମହାଦେବ ମନ୍ଦିରକୁୁ କିଛି ଶ୍ରଦ୍ଧାଳୁ ଯାଉଥିବାବେଳେ ମନ୍ଦିର ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ଶବ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ନେଇ ଗ୍ରାମବାସୀ ଏବଂ ପୁରୁଷୋତମପୁର ଥାନାକୁ ସୂଚନା ଦେଇଥିଲେ ।
ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ମୃତ ଯୁବକ ଜଣଙ୍କ ହେଲେ ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ରଣାଙ୍କ ପୁତ୍ର ରାକେଶ ରଣା । ସେ କ’ଣ ପାଇଁ ଏବଂ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି ।