ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
62

ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଡିଆରଡିଏ ସମ୍ମିଳନି କକ୍ଷରେ ନୁତନ ଜିଲ୍ଲାପାଳ ମନିଷା ବାର୍ନାଜୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ଗୋରେଖନାଥ ସାହୁଙ୍କ ସଭାପତିତ୍ୱରେ ଏହି ସଭାରେ ଶ୍ରୀମତି ବାନାର୍ଜୀ ଜିଲ୍ଲାର ସାମୁହିକ ବିକାଶରେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କହିବା ସହ ସମସ୍ତଙ୍କ ସହୋଯୋଗରେ ଜିଲ୍ଲାର ବିକାଶ ଧାରାକୁ ଆଗକୁ ନେବେ ବୋଲି କହିଥିଲେ । ସଂପାଦକ ବ୍ୟୋମକେଶ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁଗ୍ମ ସଂପାଦକ ବେଣୁଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର ଉପ ସଭାପତି ପର୍ଶୁରାମ ମିଶ୍ର,ବ୍ରଜ ମୋହନ ଦାନି,ଶମ୍ବୁନାଥ ଖଣ୍ଡଗିରି,କିଶୋର ମିଶ୍ର,ଅଶୋକ ସାହୁ,ଅଶୋକ ପଣ୍ଡା ,ସ୍ୱାଧିନ କୁମାର ମେହେର,ମନୋରଜଂନ ତ୍ରିପାଠି,ରତନ ପଟ୍ଟନାୟକ,ମୃତ୍ୟୁଞ୍ଜୟ ଶତପଥି, ବିବେକାନନ୍ଦ ମିଶ୍ର ,ଦିଲ୍ଲିପ ପାତ୍ର,ପବିତ୍ର ମୋହନ ପଣ୍ଡିଆ,ମହାଦେବ ମଲ୍ଲିକ,ଅକ୍ଷୟ ପୁଜାରି,ସୁଶାନ୍ତ ପଣ୍ଡା,ଧ୍ରୁବରାଜ ପାଣିଗ୍ରାହି,ସୁଶାନ୍ତ ସାହୁ,ରଞ୍ଜନ ବାରିକ,ଗୋବିନ୍ଦ ଠାକୁର, ଓମ୍ ପ୍ରକାଶ ମିଶ୍ର, ନରୋତମ ମଲ୍ଲିକ,ଶେଷଦେବ ବାରିକ,ବିନୟ ରଂଜନ ପଧାନ ସହ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here