ଶେଷରେ ଖୋଲିଲା ତାଲା

0
49

ପୋଲସରା(ଓବି ନ୍ୟୁଜ)(ଅତ୍ରି ପଟ୍ଟନାୟକ): ଗଂଜାମ ଜିଲ୍ଲା ବୁଗୁଡ଼ା ଅଂଚଳର ମୋଟାବାଡ଼ି ସେବା ସମବାୟ ସମିତି ଲିଃରେ ଦୀର୍ଘ ଚାରି ମାସ ହେଲା ଅଧ୍ୟକ୍ଷ କମିଟି ଓ ସେକ୍ରେଟାରୀ ମଧ୍ୟରେ ବିବାଦ ଲାଗିରହିଛି । ସେବା ସମବାୟ ସମିତିର ସେକ୍ରେଟାରୀ ବିନୋଦ କୁମାର ରାଉତଙ୍କ ବିରୋଧରେ କୃଷିଋଣ କରାଇବା, ରବି ଖରିଫ ଋଣ ସୁଧ ପୈଠ କରିବାକୁ ଅଧିକ ଅର୍ଥ ଦାବି କରିବା ସହ କୃଷକଠାରୁ ବିଭିନ୍ନ କାର୍ଯ୍ୟ କରିବା ବାହାନାରେ ବହୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ବାରମ୍ବାର ହେବାରୁ ସମିତିର ଅଧ୍ୟକ୍ଷ ବୁଲୁ ଆରୁଖଙ୍କ ସହ କମିଟି ନିର୍ଦ୍ଧାରଣ ଜରିଆରେ ସେକ୍ରେଟାରୀ ବିନୋଦକୁ ତୁରନ୍ତ ବଦଳାଇବା ଦାବିରେ ରେଜୁଲେସନ କରି ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ । ବିନୋଦ ଜାଣିବା ପରେ ରେଜିଷ୍ଟର କାର୍ଯ୍ୟାଳୟରେ ଏହା ବିରୋଧରେ ମକଦ୍ଦମା କରିଛନ୍ତି ।

କୃଷକ କମିଟି ଅଧ୍ୟକ୍ଷ ବିନୋଦଙ୍କ କାର୍ଯ୍ୟକଳାପରେ ଖପ୍ପା ହୋଇ ବିଗତ ୧୫ ଦିନ ହେବ କାର୍ଯ୍ୟାଳୟ ଓ ଗୋଦାମକୁ ତାଲା ଉପରେ ତାଲା ପକାଇ ରଖିଥିଲେ । ଗୋଦାମ ଗୃହ ଭିତରେ ୪୫୦ ପ୍ୟାକେଟ ସାର ଚାରି ମାସ ହେଲା ପଡ଼ିରହିଛି । ଚାଷ ଜମିରେ ସାର ବର୍ତମାନ ନିତାନ୍ତ ଜରୁରୀ ଥିବାବେଳେ ସାର ମହଜୁଦ ଥାଇ କୃଷକଙ୍କୁ ନମିଳିବା ଅତ୍ୟନ୍ତ ଦୁଃଖଦ ବିଷୟ । ୧୫ ଦିନ ହେବ ତାଲା ଉପରେ ତାଲା ପଡ଼ିଥିବା ଖବର ସାମ୍ବାଦିକ ସଂଗ୍ରହ କରୁଥିବା ଖବର ପାଇ ଆସିକା ସମବାୟ ସମିତି ଏଆରସିସି କେ.ବିଜୟ ଚନ୍ଦ୍ର ଦାସ, ସବଆସିଷ୍ଟାଣ୍ଡ ଲକ୍ଷ୍ମୀନୃସିଂହ ବେହେରା, ସୁପରଭାଇଜର ପ୍ରଫୁଲ କୁମାର ଜେନା ପହଂଚିଥିଲେ । ବହୁ ସମୟ ଆଲୋଚନା କରିବା ପରେ କର୍ମଚାରୀ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଡବଲ ତାଲା ଖୋଲିବା ସହ ଆସନ୍ତା କାଲି ସରପଂଚ , ଅଧ୍ୟକ୍ଷ, ସୁପରଭାଇଜର କୃଷକ ଉପସ୍ଥିତ ରହି ସାର ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here