ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) :ଦିଗପହଣ୍ଡି ବ୍ଳକ ସିଧ୍ୟେଶ୍ୱର ଆଦର୍ଶ ବିଦ୍ୟାଳୟରେ ଛାତ୍ରୀନିବାସ କୋଠା ଘର କାମ ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏହା କାହିଁକି କାର୍ୟ୍ୟକ୍ଷମ ହେଉନି ତାହା ବର୍ତ୍ତମାନ ପ୍ରଶ୍ନବାଚୀ। ଏଠାରେ ପିଲାଙ୍କୁ ପାଠ ପଢ଼ାଉଥିବା ଅଭିଭାବକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ସମାଲୋଚନା ହେଉଛି। ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ଗଣିଆନାଳ ଛକ ନିକଟ କୋଟିନଡା ଗ୍ରାମ ରାସ୍ତା କଡ଼ରେ ରହିଛି ଏହି ଆଦର୍ଶ ବିଦ୍ୟାଳୟ । ବିଦ୍ୟାର୍ଥୀ ମାନେ ଏହି ଛକରୁ ପ୍ରାୟ ୨କିଲୋମିଟର ରାସ୍ତା ଚାଲି ଚାଲି ବିଦ୍ୟାଳୟରେ ପହଁଚିବା ବେଳକୁ ସମୟ ଡେରି ହୋଇଯାଇଛି।୨୦୧୭ ମସିହାରେ ଏହାର ଶୁଭ ଉଦଘାଟନ ହୋଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ୨୦୧୮ରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସ ସ୍ଥାପନ କରାଯାଇଥିଲା । କାହା ସ୍ଵାର୍ଥ ରେ ବା କେଁହୁ କାରଣରୁ ଅଦ୍ୟାବଧି ଏହାର ତାଲା ଖୋଲୁନି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଫଳତଃ ପିଲାମାନଙ୍କୁ ଦୁର୍ଦ୍ଦଷାର ଶୀକାର ହେବାକୁ ପଡୁଛି ।
ସିବିଏସଇ ପେଟେନ୍ ରେ ନୂତନ ଭାବେ ବ୍ଳକରେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଯାଏଁ ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାର ଆଶା ନେଇ ବ୍ଳକର ବିଭିନ୍ନ ଅଞ୍ଚଳରୁ ମେଧାବୀ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥିଲେ । ବିଦ୍ୟାଳୟ ପ୍ରାରମ୍ଭ ସମୟରେ ଅଭିଭାବକ ମାନେ କଷ୍ଟ ସହି ଦୂରଦୂରାନ୍ତରୁ ଆସି ଏଠାରେ ନିଜ ନିଜର ପିଲାମାନଙ୍କ ନାମ ଲେଖାଇଥିଲେ । ତେବେ ଉକ୍ତ ପିଲା ମାନେ ପର୍ଯ୍ୟାୟ କ୍ରମେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶ୍ରେଣୀରେ ନାମ ଲେଖାଉଥିବା ବେଳେ ପ୍ରତ୍ୟେକ ବର୍ଷ ନୂଆ ପିଲା ପ୍ରବେଶ ହେଉଛନ୍ତି ।
ବ୍ଳକ ସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ରହୁଥିବାରୁ ବ୍ଳକର ବିଭିନ୍ନ ଅଞ୍ଚଳରୁ ଏଠାକୁ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି । ବହୁ ଦୂରଦୂରାନ୍ତରୁ ଛାତ୍ରୀ ମାନେ ବସ ମଟରରେ ଆସୁଥିବାରୁ ସୁରକ୍ଷିତ ମଣୁନାହାନ୍ତି ଅଭିଭାବକ ମାନେ ତେଣୁ ଯଦି ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼େ ତେବେ ଛାତ୍ରୀମାନେ ବହୁ ଉପକୃତ ହୋଇପାରିବେ ବୋଲି କହନ୍ତି ଅଭିଭାବକ ମାନେ।